ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ

ବାଲିଗୁଡା,୧୯/୦୨/୨୬(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରୁତୁଙ୍ଗିଆ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ପିଙ୍କି ପ୍ରଧାନ, ମୁଖ୍ୟବକ୍ତା ଭାବେ ରୁତୁଙ୍ଗିଆ ଗିରିଜନ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ସାମଲ, ସମ୍ମାନିତ ଅତିଥି ଭାବେ ସମାଜ ସେବୀ କ୍ଳେଶ ପ୍ରଧାନ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି କୁମର ପରାସେଠ, ରୁତୁଙ୍ଗିଆ ସ୍ଥିତ କରୁମୁଣ୍ଡା ର ଜାଭିଏର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଫାଦେର ଭିନ ସେନ୍ତ ଭେଙ୍ଗରା, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ସୋମନାଥ ପ୍ରଧାନ, ବିଦ୍ୟାଳୟ ର ପଞ୍ଚସଖା ଶିକ୍ଷା ସେତୁ ର ସଭାପତି ସୁଧାଂଶୁ ପ୍ରଧାନ, ରୁତୁଙ୍ଗିଆ ପଞ୍ଚାୟତ ସମିତି ସଭ୍ୟ ଦାନିଏଲ ପ୍ରଧାନ, ବାଲିଗୁଡା ବ୍ଲକ ଶିକ୍ଷକ ସଂଘ ର ସଭାପତି ପଦ୍ମ ଚରଣ ତ୍ରିପାଠୀ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ଯୁଗ୍ମ ସମ୍ପାଦକ ଉତ୍କଳ କେଶରୀ ବିବାର, କଟ୍ରିକିଆ କ୍ଲଷ୍ଟର ର ସିଆରସିସି ସାବତ ପ୍ରଧାନ ପ୍ରମୁଖ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ତଥା ଗୋଷ୍ଠୀ ସହଯୋଗ ରେ ଏକ ଶିକ୍ଷାନୁଷ୍ଠାନ ର ଉତ୍ତରତୋର ବୃଦ୍ଧି ହୋଇଥାଏ ବୋଲି ବକ୍ତବ୍ୟ ରଖିବା ସହ ଏକ ଶୃଙ୍ଖଳିତ ନାଗରିକ ହେବାପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ ।

ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରା ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଶିକ୍ଷକ ସନାତନ ପରିଛା ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ପୀତବାସ ନାୟକ ମଞ୍ଚ ପରିଚାଳନା କରିଥିଲେ। ସଭା ପରେ ପରେ ଚଳିତ ବର୍ଷ ର ବାଳକ ବିଭାଗରୁ ଶ୍ରେଷ୍ଠ ଖେଳାଳୀ ଭାବେ ସୁବ୍ରତ ପ୍ରଧାନ ଓ ବାଳିକା ବିଭାଗ ରୁ ଶ୍ରେଷ୍ଠ ଖେଳାଳୀ ଭାବେ ସୁଶ୍ରୀ ବିଚିତ୍ରା ପ୍ରଧାନ, ଶ୍ରେଷ୍ଠ ଛାତ୍ର ଭାବେ ସୁବ୍ରତ ପ୍ରଧାନ, ଓ ଶ୍ରେଷ୍ଠ ଛାତ୍ରୀ ଭାବେ ସସ୍ମିତା ପ୍ରଧାନ, ଉତ୍ତମ ସ୍ବେଛାସେବୀ ରୂପେ ବିଭିନ୍ନ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କୁ ଏବଂ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ତଥା ବିଦ୍ୟାଳୟ ସହ ସଂଶ୍ଲିଷ୍ଟ ଥିବା ଶିକ୍ଷକ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରିବା ସହ ସମ୍ମାନିତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଇଥିଲା। ସମସ୍ତ କାର୍ଯ୍ୟରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସନାତନ ପରିଛା, ବିକ୍ରମ କେଶରୀ ବେହେରା, ରୋହିତ ଗୌଡ଼, ସ୍ନେହଲତା ପ୍ରଧାନ, ସୁଚିସ୍ମିତା ବେହେରା, ଅଚ୍ୟୁତାନନ୍ଦ ପ୍ରଧାନ ଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟୀ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *