ପଛପଟୁ ଧକ୍କାଦେଇ ମାଡ଼ିଗଲା ହାଇୱା, ସ୍ତ୍ରୀ ମୃତ, ସ୍ଵାମୀ ଆହତ ।

 ଅକାରଣ ରେ ଚାଲିଗଲା ଦୁଇ ଟି ଜୀବନ

ବଡ଼ବିଲ,୧୮/୦୨/୨୦୨୬ (ଓଡ଼ିଶା ସମାଚାର)-  ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ ! ଏଭଳି ଦୁଃଖଦ ଖବର ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳରୁ । ସ୍ଵାମୀ ମନୋରଞ୍ଜନ ମହାନ୍ତ ନିଜର ୪ ମାସର ଗର୍ଭବତୀ ସ୍ତ୍ରୀ ମଧୁସ୍ମିତା ମହାନ୍ତଙ୍କୁ ନେଇ ମେଡିକାଲ୍ ଚେକ୍ଅପ୍ ପାଇଁ ଯୋଡ଼ାକୁ ଯାଇଥିଲେ । ଉଭୟ ମେଡିକାଲ୍ କାମ ସାରି ବାଇକ୍ ଯୋଗେ ଯୋଡ଼ାରୁ ବଡ଼ବିଲ ଫେରିବା ସମୟରେ ଭଦ୍ରାସାହି – ବଡ଼ବିଲ ରାସ୍ତାର ଭୂଷୁଗାଁ ନିକଟରେ ଏହି ଅଘଟଣ ଘଟିଥିଲା । ପଛପଟୁ ଆସୁଥିବା ଏକ ଲୁହା ପଥର ବୋଝେଇ ହାଇୱା ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା ।

+ଫଳରେ ଉଭୟ ଛିଟିକି ପଡ଼ିଥିଲେ ଏବଂ ହାଇୱାର ଚକ ମଧୁସ୍ମିତାଙ୍କ ମୁଣ୍ତ ଉପରେ ମାଡ଼ିଯାଇଥିଲା । ଘଟଣା ସ୍ଥଳରେ ହିଁ ମଧୁସ୍ମିତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଏଥିରେ ସ୍ଵାମୀ ମନୋରଞ୍ଜନ ମହାନ୍ତ ଆହତ ହୋଇଛନ୍ତି ଏବଂ ସେ ବିପଦମୁକ୍ତ ଥିବା ଜଣାପଡିଛି । ମୃତକଙ୍କ ନିଜଘର  ବାରିଆ ଥାନା ଉଚ୍ଚବାଲି ପାହାଡ଼ଭଙ୍ଗା ଅଞ୍ଚଳରେ ଏବଂ ମନୋରଞ୍ଜନ ବଡ଼ବିଲର ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ସୂଚନା ପାଇ ବଡ଼ବିଲ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି  । ହାଇୱା ଗାଡିଟି ନିଖୋଜ ଅଛି ।

 

Leave a Reply

Your email address will not be published. Required fields are marked *