ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାର୍ଟ ଅଫ୍ ପ୍ରତିଯୋଗିତା

କଟକ, ୦୮/୦୭/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା)କଟକ ଜିଲ୍ଲା ବ୍ରାହ୍ମଣଝରିଲୋ ମହାବିଦ୍ୟାଲୟ ରେ ଯୁକ୍ତ ୩ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ ଇନୋଭେସନ ଓ ଷ୍ଟାର୍ଟ ଅଫ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼.ବଂଶୀଧର ଦାସ ଉକ୍ତ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଷ୍ଟାର୍ଟ ଅଫ୍ ଆବଶ୍ୟକତା  ବିଷୟ ରେ  ଉଦବୋଧନ ଦେଇଥିଲେ।

ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଶ୍ରୀ ବିଜୟ କୁମାର ଦାସ ଓ ପଦାର୍ଥ ବିଜ୍ଞାନ ବିଭାଗ ର ବିଭାଗୀୟ ମୁଖ୍ୟ ଶ୍ରୀ ମନୋରଞ୍ଜନ ମହାନ୍ତି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱକୀୟ କୌଶଳ ଓ ସୃଜନଶୀଳତା ବୃଦ୍ଧି କରିବା ପାଇଁ ଅନୁପ୍ରାଣିତ କରିଥିଲେ। ଇନୋଭେସନ ଓ ଷ୍ଟାର୍ଟ ଅଫ୍ ପ୍ରତିଯୋଗିତା ର ସଂଯୋଜକ ଡ଼. ଗିରିଧାରୀ ସାହୁ କାର୍ଯ୍ୟକ୍ରମ ବିଷୟ ରେ ବିଶଦ ଆଲୋଚନା କରିଥିଲେ ।  ସହ ସଂଯୋକ ଭାବେ ଶ୍ରୀମତୀ ସ୍ୱାଗତିକା ଦାସ,ଶ୍ରୀ ରଞ୍ଜନ କୁମାର ପରିଡ଼ା ଶ୍ରୀ ଅନିଲ କୁମାର ସାହୁ ଓ ଲେଫ୍ଟନାଣ୍ଟ ପ୍ରଜ୍ଞା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ । ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ସହ ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିପାରିବ।

Leave a Reply

Your email address will not be published. Required fields are marked *