ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ, ୮ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର,୨୯ /୦୧/୨୦୨୪ (ଓଡ଼ିଶା ସମାଚାର)-ଆସନ୍ତା ଫେବ୍ରୁଆରୀ ୨୭ ତାରିଖରେ ମୋଟ ୧୫ ଟି ରାଜ୍ୟରେ ୫୬ଟି ରାଜ୍ୟସଭା ଆସନ ଲାଗି ନିର୍ବାଚନ ହେବ ବୋଲି ଜଣାପଡ଼ିଛି।
ଏଥିପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଏହି ୫୬ ଟି ଆସନ ମଧ୍ୟରେ ଓଡ଼ିଶାରେ ଖାଲି ହେଉଥିବା ୩ଟି ଆସନ ଲାଗି ନିର୍ବାଚନ ହେବ । ବିଜେପି ନେତା ଅଶ୍ୱିନୀ ବୈଷ୍ଣବ, ବିଜେଡି ନେତା ପ୍ରଶାନ୍ତ ନନ୍ଦ ଏବଂ ଅମର ପଟ୍ଟନାୟକଙ୍କ ରାଜ୍ୟସଭା କାର୍ୟ୍ୟକାଳ ଏପ୍ରିଲ ୩ରେ ଶେଷ ହେବାକୁ ଯାଉଛି । ତେଣୁ ଏହି ୩ ଜଣଙ୍କ ଆସନ ପାଇଁ ନିର୍ବାଚନ ହେବ ।
ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତା ଫେବ୍ରୁଆରୀ ୮ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଫେବ୍ରୁଆରୀ ୧୫ରେ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବାବେଳେ ୧୬ରେ ଯାଞ୍ଚ ଏବଂ ୨୦ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି । ଆବଶ୍ୟକ ହେଲେ ଫେବ୍ରୁଆରୀ ୨୭ ତାରିଖରେ ଭୋଟ ହେବ ।

Leave a Reply

Your email address will not be published. Required fields are marked *