କିଟ୍ କେଆରସ ପକ୍ଷରୁ  ନୂଆ ମନରେ ନୂତନ ସ୍ବପ୍ନ  କର୍ମଶାଳା

ସାଲେପୁର,୧୫/୦୨/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )-ଓଡ଼ିଶା ର ସୁନାମ ଧନ୍ୟ ଶିକ୍ଷାନୁଷ୍ଠାନ କିଟ୍ ବିଶ୍ଵବିଦ୍ୟାଳୟ କିଟ୍ କେଆରସ ବିଭାଗ ପକ୍ଷରୁ ସାଲେପୁର ବ୍ଲକ ଗୋପୀନାଥପୁର ସେଣ୍ଟ ଜାଭିୟର୍ସ ହାଇସ୍କୁଲ ପରିସରରେ ‘ନୂଆ ମନରେ ନୂତନ ସ୍ବପ୍ନ – ବାହ୍ୟ ପହଞ୍ଚ କାର୍ଯ୍ୟକ୍ରମ’ ଅବକାଶରେ ‘ଆନ୍ତଃ ବିଦ୍ୟାଳୟ ସ୍ତରୀୟ କର୍ମଶାଳା ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କିଟ୍ ସ୍କୁଲ ଅଫ ମେକାନିକାଲ ଇଂଜିନିୟରିଂ ର ପ୍ରଫେସର ଡଃ ବିଜୟା ବିଜେତା ନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ବିଶିଷ୍ଟ ପରିବେଶବିତ ପ୍ରମୋଦ କୁମାର ଦାଶ ଅଧ୍ୟକ୍ଷତା କରିଥଲେ।

ଅନୁଷ୍ଠିତ କର୍ମଶାଳା ରେ ଅତିଥି ଭାବେ କିଟ୍ ସ୍କୁଲ ଅଫ ମେକାନିକାଲ ଇଂଜିନିୟରିଂ ର ପ୍ରଫେସର ଡଃ ଭରତ ଚନ୍ଦ୍ର ରାଉତରାୟ, ଡଃ ସନ୍ତୋଷ କୁମାର ନାୟକ, ଡଃ ଦୀପ୍ତିକାନ୍ତ ଦାସ, ଡଃ ବସନ୍ତ କୁମାର ନନ୍ଦ, ଡଃ ସ୍ଵୟଂ ବିକାଶ ମିଶ୍ର ପ୍ରମୂଖ ଯୋଗଦାନ କରି କିଟ ବିଶ୍ଵବିଦ୍ୟାଳୟ ପକ୍ଷରୁ ଶୈକ୍ଷିକ ବିକାଶ, ଅଭିବୃଦ୍ଧି ତଥା ତ୍ଵରିତ ଶିକ୍ଷା ପ୍ରତିବଦ୍ଧତା ପ୍ରତି ଅଙ୍ଗୀକାରବଦ୍ଧତା କୁ ବର୍ଣ୍ଣନା କରିଥଲେ। ଏହି ପରିପ୍ରେକ୍ଷୀରେ ଆନ୍ତଃ ବିଦ୍ୟାଳୟ ସ୍ତରୀୟ ଜୁନିଅର ଓ ସିନିୟର ବିଭାଗ ରେ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିବା ସହ କୃତୀ ପ୍ରତିଯୋଗମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣପତ୍ର ଓ ସିଲଡ୍ ପ୍ରଦାନ କରାଯାଇଥିଲା ।

ପ୍ରାରମ୍ଭ ରେ ବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ଦେବସ୍ମିତା ମିଶ୍ର କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିଲେ। କର୍ମଶାଳା ପରିଚାଳନା ରେ ଶିକ୍ଷକ ଦିପ୍ତିକାନ୍ତ ଜେନା, ଦିପ୍ତିମୟି ବାରିକ, ଦୁର୍ଗାପଦ ନାୟକ, ପ୍ରିୟଙ୍କା ମହାନ୍ତି, କୃଷ୍ଣା ମହାରଣା, ସୁଜାତା ଶତପଥୀ, ଅର୍ପିତା ପରିଡ଼ା, ଯଶୋବନ୍ତୀ ଭୂୟାଁ, ରାଜଶ୍ରୀ ମହାନ୍ତି, ଭାରତୀ ଶତପଥୀ, ସୋମାସାଗରିକା କୁଣ୍ଡୁ, ଚିନ୍ମୟୀ ଦାସ, ଫରାତ ଆରା, ମଧୁସ୍ମିତା ନାୟକ, ଡଲିପ୍ତା ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। କିଟ୍ ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଙ୍କ ଏତାଦୃଶ ଅନନ୍ୟ ଶିକ୍ଷା ବିକାଶ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *