କଟକ ସଦର,୧୨/୦୨/୨୦୨୬ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ଦ୍ୟାଳୟକୁ ଆସୁନଥିବା ପିଲାଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ନିର୍ଦେଶନାମା ଜନୈକ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଥିବା ଜଣାପଡିଛି। ପ୍ରକାଶ ଯେ କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା ସରକାରୀ ଚିନ୍ତାମଣି ବିଦ୍ୟାପୀଠର ଜନୈକ ନବମ ଶ୍ରେଣୀ ଛାତ୍ର ବହୁଦିନ ଧରି ସ୍କୁଲରେ ଅନୁପସ୍ଥିତ ରହୁଥିଲେ।
ତାଙ୍କୁ ଓ ତାଙ୍କ ଅଭିଭାବକଙ୍କୁ ଵୁଝାଇ ଛାତ୍ର ଙ୍କୁ ବିଦ୍ୟାଳୟକୁ ଆସିବା ପାଇଁ ଶ୍ରେଣୀ ଶିକ୍ଷକ ଉଦ୍ୟମ କରିବା ତାଙ୍କ ପାଇଁ ମହଙ୍ଗା ପଡିଲା ବୋଲି ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି। ଶ୍ରେଣୀ ଶିକ୍ଷକ ଙ୍କ ନାଁ ରେ ଅଭିଯୋଗ ହେଉଛି ଯେ ଛାତ୍ର ଜଣଙ୍କୁ ଶହେ ଥର ବସଉଠ କରାଇବା ଯୋଗୁଁ ସିଏ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଅଭିଯୋଗ କୁ ପ୍ରଧାନଶିକ୍ଷୟିତ୍ରୀ ସବିତା ବେହେରା ଖଣ୍ଡନ କରିଵା ସହିତ କାହିଁକି ଯେ ଉକ୍ତ ବିଦ୍ୟାଳୟକୁ ସବୁ ସମୟରେ ବଦନାମ କରାଯାଉଛି ତାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
