କାଶୀପୁର ଫୁଟବଲ : ୨-୦ ରେ ଟାଙ୍ଗୀ ରଘୁନାଥ ବିଜୟୀ

ନିରାକାରପୁର, ୨୮/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଡିଆ ପଂଚାୟତ କାଶୀପୁର ଠାରେ ମା ଭୈରବୀ ଯୁବ ସଂସଦ ଆନୁକୂଲ୍ୟରେ ୪୧ ତମ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଆଜିର ମ୍ୟାଚ ଟାଙ୍ଗୀ ରଘୁନାଥ ଫୁଟବଲ କ୍ଲବ ଓ ଖୋର୍ଦ୍ଧା ଫୁଟବଲ କ୍ଳବ୍ ମଧ୍ୟରେ ଖେଳ ହୋଇଥିଲା। ଏହି ମ୍ୟାଚ ରେ ଟାଙ୍ଗୀ ୨-୦ ଗୋଲରେ ଖୋର୍ଦ୍ଧାକୁ ହରାଇ ବିଜୟୀ ହୋଇଛି । ଆଜିର ଖେଳକୁ ପ୍ରମୋଦ କୁମାର ଦାସ,ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ସାହୁ,ହ୍ରୁଦାନନ୍ଦ ମହତାବ ପ୍ରମୁଖ ପରିଚାଳନା କରିଥିଲେ। ଆଜିର ଅତିଥିଭାବେ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସୁରେଶ ପାଣିଗ୍ରାହୀ, ଅବସରପ୍ରାପ୍ତ ପ୍ରଶାସକ ରମା ବଲ୍ଲଭ ମିଶ୍ର, ପୂର୍ବତନ ସରପଂଚ ଗିରିଶ ମହାରଣା,ଯୁବ କମ୍ୟୁନିଷ୍ଟ ନେତା ଵିଧୁ ଭୁଷଣ ମହାରଣା, ଆଇନଜୀବୀ ପ୍ରଦୀପ୍ତ କୁମାର ଦାସ ଓ ଶିକ୍ଷକ ଉମେଶ ଚନ୍ଦ୍ର ମିଶ୍ର ,ସଭାପତି ପ୍ରଦୀପ୍ତ କୁମାର ଷଢଙ୍ଗୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ନ୍ରୁସିଂହ ଦଳେଇ ,କୋଷାଧ୍ୟକ୍ଷ ସୋମନାଥ ବିଶ୍ବାଳ,ଅରକ୍ଷିତ ଦଳେଇ,ଲକ୍ଷ୍ମୀକାନ୍ତ ମହାପାତ୍ର,ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *