ଲିଗ ମ୍ୟାଚ ର ଫାଇନାଲ ଅନୁଷ୍ଠିତ

ଜୁନାଗଡ଼, ୨୮/୦୧/୨୦୨୪ (ଓଡ଼ିଶା ସମାଚାର)- ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ଜିଲ୍ଲା ର ଛଅ ଗୋଟି ଟିମ କୁ ନେଇ ଚାଲିଥିବା ଡ଼ିଉଜ ବଲ ଲିଗ ଟୁର୍ନାମେଣ୍ଟ ର ଆଜିଫାଇନାଲ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ରେ ଧର୍ମଗଡ଼ ଏବଂ ଲାଞ୍ଜିଗଡ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଛି । ଟସ ଜିତି ଧର୍ମଗଡ ପ୍ରଥମେ ବ୍ୟଟିଙ୍ଗ କରି ନିର୍ଧାରିତ ୨୦ ଓଭର ରେ ୬ ଉଇକେଟ ହରାଇ ୨୨୩ ରନ ସଂଗ୍ରହ କରିଥିଲେ । ଜବାବ ରେ ପଶ୍ଟିକୁଡ଼ି ଦଳ ୧୭.୪ ଓଭର ରେ ୯ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଥିଲେ । ଧର୍ମଗଡ ୧୩୨ ରନ ରେ ବିଜୟୀ ଘୋଷିତ ହୋଇଥିଲେ । ଉଦଯାପନୀ ସଭା ରେ ଅତିଥି ଭାବେ ସମୀର କୁମାର ସାହୁ, ସରୋଜ କୁମାର ପଣ୍ଡା, କାଳିନ୍ଦ୍ରି ପାଣିଗ୍ରାହୀ, ପପୁ ପଣ୍ଡା ମାନସ ସାହୁ ଯୋଗଦାନ କରି ଟିମ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଆଜିର ଖେଳ କୁ ପରିଚାଳନା କରିଥିଲେ ରାକେଶ କୁମାର ବେମାଲ ଓ ତ୍ରିଯୋଗୀ ସାମନ୍ତରାୟ (ଇଡି ) । ସ୍କୋର ରେ ରୀତିକ ବେହେରା ଓ ସୁଜଳ ଦଳପତି ଓ କମେଣ୍ଟ୍ରି ନୀତିଶ ମହାପାତ୍ର ଦାୟିତ୍ୱ ତୁଲାଇ ଥିଲେ । ଆଗାମୀ ଦିନରେ ଏ ଭଳି ଟୁର୍ନାମେଣ୍ଟ ଆୟୋଜନ କରି ଖେଳାଳି ଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ନିୟୁ ରେଡ ଷ୍ଟାର କ୍ଲବ ସଭାପତି ହିମାଂଶୁ ଶେଖର ବରାଡ଼ କହିଥିବା ବେଳେ ସୁରୁଖୁରୁରେ ଟୁର୍ନାମେଣ୍ଟ ସରିଥିବାରୁ ସମସ୍ତ କ୍ଲବ ସଦସ୍ୟ ଓ ଶୁଭେଛୁ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଆଜିର ଖେଳ ରେ ସନ୍ଦୀପ ସାହୁ, ବିଶ୍ୱ ସାହୁ, ରଞ୍ଜନ ରାଉତ, କୃଷ୍ଣ ନାଏକ ମୁକେଶ ପୋଡ଼,ତୁଳସୀ ପଟ୍ଟନାୟକ,ପପୁ ଭଞ୍ଜ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *