ନେମାଳ ରେ ଶାସ୍ ମହୋତ୍ସବ ଓ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସମାରୋହ

                      (ସମାଜର ନବଦିଗନ୍ତ ନିର୍ମାଣରେ ଯୁବସମାଜର ଭୁମିକା ଅପରିହାର୍ଯ୍ୟ – ଶାରଦା ପ୍ରଧାନ)

ନିଶ୍ଚିନ୍ତକୋଇଲି, ୦୭/୦୨/୨୦୨୬ (ଓଡିଶା ସମାଚାର /ଅଭୟ ଜେନା) ଶାସ୍ ମହୋତ୍ସବ ଓ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସଭା ନେମାଳ ଶାସ୍ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବକୁ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଡ. ବିନୟ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । ଉତ୍ସବର ପ୍ରାରମ୍ବରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ଯୋଗଦେଇ ମହୋତ୍ସବକୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସମାଜ ନବଦିଗନ୍ତ ନିର୍ମାଣରେ ଯୁବସମାଜର ଭୁମିକା ଅପରିହାର୍ଯ୍ୟ ବୋଲି ଉଦବୋଧନ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ପରିବେଶବିତ ପ୍ରମୋଦ କୁମାର ଦାସଙ୍କ ସଂଯୋଜନା କ୍ରମେ ବିଶିଷ୍ଟ ଅତିଥି ଭାବେ ନବଭାରତ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଚଳଚ୍ଚିତ୍ର ନିର୍ମାତା ବୋମ୍ମାଲି କାନ୍ତା ରାଓ ,ମୁଖ୍ୟ ବକ୍ତା ଭାବେ ଲୋକନାଥ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶରତ ଚନ୍ଦ୍ର ମହାନ୍ତି ,ବରେନ୍ୟ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ସମ୍ବିତ୍ କୁମାର ସାହୁ ,ସିନେ ଅଭିନେତା ପ୍ରଯୋଜକ ଓ ନିର୍ଦ୍ଦେଶକ ନବକିଶୋର ଭୋଳ ,ଶିକ୍ଷାବିତ୍ ତଥା ପ୍ରାକ୍ତନ ମଣ୍ଡଳ ଶିକ୍ଷାଧିକାରୀ ଅନନ୍ତକିଶୋର ଭୂୟାଁ.ପ୍ରାଧ୍ୟାପକ ବିପିନ ବିହାରି ଦାସ , ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରାରମ୍ଭରେ  ଆୟୋଜିତ ଅନୁଷ୍ଠାନ ବାର୍ଷିକ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଉଦ୍‌ଘାଟନ କରାଯାଇଥିବା ବେଳେ ବିଶ୍ୱଶାନ୍ତି, ସଂହତି ଓ ସହାବସ୍ଥାନ ନିମିତ୍ତ ମଶାଲ ଶୋଭାଯାତ୍ରାକୁ ନେମାଳ ଆଇଅଇସି ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ଦ୍ୱାରା ସମାହିତ ହୋଇଥିଲା । ଉକ୍ତ ଶୋଭାଯାତ୍ରରେ ବହୁ ଜନସାଧାରଣ ଓ ଛାତ୍ରଛାତ୍ରୀ ନେମାଳ ଅଞ୍ଚଳ ପରିକ୍ରମ କରି ସଚେତନତା ଜାଗ୍ରତ କରିଥିଲେ ।ପରେ ସ୍କାଉଟ ମୁଖ୍ୟ ତଥା ଶିକ୍ଷାବିତ ମୈାଲାନା ଅବଦୁଲ ୱାଦୁଦ୍ ଖାଁ ଙ୍କ ସଂଜୋଜନାରେ ଶତାଧିକ ବର୍ଷ ତଳର ସଂଗୃହିତ ବହୁ ପୁରାତନ ଦ୍ରବ୍ୟକୁ ନେଇ ଆମ ସଂଗ୍ରହାଳୟ ପ୍ରଦର୍ଶନୀ କରାଯାଇଥିଲା ।ଉକ୍ତ ପ୍ରଦର୍ଶନୀରେ ବହୁ ଛାତ୍ରଛାତ୍ରୀ ଜନସାଧାରଣ ଅଂଶଗ୍ରହଣ କରିଥିଲେ । ଏହି ଅବସରରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଭୁରଞ୍ଜନ ସ୍ୱାଇଁ,ଶୁଶ୍ରୀପ୍ରଜ୍ଞା ପୁଝାରୀ,ସାମ୍ବାଦିକ ରତ୍ନାକର ବାରିକ,କ୍ଷମାନିଧି ପୂଝାରୀ,ଗୋବିନ୍ଦ ଦାସ,ମି ନକେତନ ଦାସ,ରଞ୍ଜନ ନାୟକ, ସୁଜାତା ଗୋସ୍ୱାମି ,ନୃତ୍ୟ ଶିଳ୍ପି ବନଜା ମହାନ୍ତି ,ସମାଜସେବୀ ସରୋଜିନି ପ୍ରଧାନ ,ଜ୍ଞାନରଞ୍ଜନ ପଣ୍ଡା,ସାହିତ୍ୟିକ ତନ୍ମୟ କିଶୋର ଦାସ ,କ୍ରିଷ୍ଣା କୁମାରୀ ପଣ୍ଡା, ଅଧ୍ୟାପକ ବିବେକାନନ୍ଦ ଜେନା,ଏନସିସି ଚିଫ ଅଫିସର ଅଧ୍ୟାପକ ସୁସାନ୍ତ କୁମାର ସାହୁ ପ୍ରମୁଖଙ୍କୁ ପୁଷ୍ପଗୁଛ,ମାନପତ୍ର ଓ ଉପଢୈାକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ପ୍ରିୟଙ୍କା ପ୍ରିୟଦର୍ଶନି ନାୟକ ଓ ସୁଭସ୍ମିତା ଦାସଙ୍କ ସଂଯୋଜନାରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଏକ୍ସଲେଣ୍ଟ ଷ୍ଟଡି ଏକାଡେମୀର ଅଧ୍ୟକ୍ଷ ଭକ୍ତ ଚରଣ ସ୍ୱାଇଁଙ୍କ ସଂଯୋଜନା କ୍ରମେ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ଶାନ୍ତି ପାଠ କରାଯାଇଥିଲା । ଏହି ଅବସରରେ ଲୁଣା ଚିତ୍ରୋତ୍ପଳା ସଂଗୀତ ନୃତ୍ୟ ଏକାଡେମୀ ପକ୍ଷରୁ ଆରୁଷି ନନ୍ଦ ,ଆରାଧ୍ୟା ନନ୍ଦ ଓ ସାଥିମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ନରସିଂହ ଅବତାର ଏବଂ ଦଶ ଅବତାର ଚିତାକର୍ଷକ ଭାବେ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ସ୍ୱେଛାସେବକ ,ସାହିତ୍ୟିକ,ବୁଦ୍ଧିଜୀବି ,ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶେଷରେ ଶିକ୍ଷାବିତ କ୍ଷିରୋଦ କୁମାର ସଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *