ଭୁବନ ୦୭/୦୨/୨୦୨୬- ଭୁବନ ଥାନା ରେ ନୂତନ ଆଇଆଇସି ଭାବେ ଶ୍ରୀମତୀ ରେଣୁବାଳା ସାହୁ ଯୋଗଦେଇଛନ୍ତି । ଶ୍ରୀମତୀ ସାହୁ ବିଦାୟୀ ଆଇ ଆଇ ସି ଶ୍ରୀଯୁକ୍ତ ଜିତେନ୍ଦ୍ର ମଲ୍ଲିକ ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଶ୍ରୀମତୀ ସାହୁ ପୂର୍ବରୁ ଭୁବନ ଥାନାରେ ଏସ ଆଇ ଭାବେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ଏବଂ ଭୁବନେଶ୍ବରସ୍ଥ ଜେ ଟି ଏଫ୍ ( ଜଏଣ୍ଟ ଟାସ୍କ ଫୋର୍ସ ) ରୁ ଏଠାକୁ ବଦଳି ହୋଇ ଆସିଛନ୍ତି ।
ନୂତନ ଆଇଆଇସି ଶ୍ରୀମତୀ ସାହୁ ଜଣେ ଦକ୍ଷ, କର୍ତ୍ତବ୍ୟନିଷ୍ଠ,ଦୁର୍ନୀତିମୁକ୍ତ ତଥା ସଚ୍ଚୋଟ ଅଫିସର ଭାବେ ତାଙ୍କର ସୁନାମ ରହିଛି । ଭୁବନ ରେ ଆଇନ ଶୃଙ୍ଖଳା ପରିସ୍ଥିତି ସହିତ ଥାନାକୁ ଆସୁଥିବା ଗରିବ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନାରେ ପ୍ରକାଶ କରିଥିଲେ। ବିଦାୟୀ ଆଇ ଆଇ ସି ଶ୍ରୀଯୁକ୍ତ ଜିତେନ୍ଦ୍ର ମଲ୍ଲିକ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଥାନାକୁ ବଦଳି ହୋଇ ଯାଇଛନ୍ତି।
