ବିଚଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ

ପାଟକୁରା ୦୭/୦୨/୨୦୨୬ (ଓଡିଶା ସମାଚାର)ଆଜି ଗରଦପୁର ବ୍ଳକ ଅଧୀନ ପଦ୍ମପୁର ଗ୍ରାମପଞ୍ଚାୟତ ବିଚଣା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ତ୍ରୟୋଦଶ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେଶିଶୁ ବିଦ୍ୟାମନ୍ଦିରରେ ଅଧ୍ୟୟନରତ ବିଦ୍ୟାର୍ଥୀ ଓ ସେମାନଙ୍କ ମା ମାନେ ସାମିଲ ହୋଇଥିଲେ । ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଶାନ୍ତି ମୈତ୍ରୀ ସଂଗଠନର ସମ୍ପାଦକ ତଥା ବିଶିଷ୍ଠ ସମାଜସେବୀ ଭଗବାନ ଜେନା ଯୋଗଦେଇଥିଲେ । ପିଲାମାନଙ୍କ ବିକାଶରେ ମା ମାନଙ୍କ ଅଧିକ ଭୂମିକା ରହୁଥିବାରୁ ସେମାନେ ନିଜେପିଲାଙ୍କୁ ଅଧିକ ବିକଶିତ କରିବାକୁ ଚେଷ୍ଟା କରିବେ ବୋଲି ମୁଖ୍ୟ ଅତିଥି ଆଶାବ୍ୟକ୍ତ କରିଥିଲେ ।

ପିଲା ମାନଙ୍କ ବିକାଶସହିତ ଶିଶୁ ବିଦ୍ୟା ମନ୍ଦିରର କିଭଳି ଅଧିକ ବିକାଶ ହୋଇପାରିବ ସେ ବାବଦରେ ସୁଚିନ୍ତିତ ମତାମତ ରଖିବାପାଇଁ ଉପସ୍ଥିତ ମା ମାନଙ୍କୁ ମୁଖ୍ୟ ଅତିଥି ଜେନା ଅନୁରୋଧ କରିଥିଲେ । ପିଲାମାନଙ୍କ ପୋଷାକପତ୍ର ପରିଷ୍କାର ରଖିବା, ଖାଇବା ପୂର୍ବରୁ ହାତସଫା କରିବା ଅଭ୍ୟାସ ପିଲାମାନଙ୍କର ରଖିବାକୁ ମଧ୍ୟ ପରାମର୍ଶଦେଇଥିଲେ । ଶିଶୁ ବିଦ୍ୟାମନ୍ଦିର ତରଫରୁ ବିଦ୍ୟାର୍ଥୀ ମାନଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ମା ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ, ବକ୍ତୃତା ଓ ମ୍ୟୁଜିକ ଚେୟାର ପ୍ରତିଯୋଗିତା କରାଯାଇଥିଲା । ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ମା ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରୁଜୀ ଅଶୋକ ବେହେରା, ଶୁଭକାନ୍ତ ଦାଶ, ଅକ୍ଷୟ ଆଚାର୍ଯ୍ୟ,ପ୍ରସାଦ ମହାନ୍ତି,ଗୁରୁମା ଅରାତିପ୍ରଧାନ, ଅର୍ପିତା ନାୟକ,ଅହଲ୍ୟା ଦାଶ, ବୈଶାଖୀ ବେହେରା,ରଶ୍ମିତା ବେହେରା, ଗାୟତ୍ରୀ ବେହେରା ପ୍ରମୁଖ ମା ମାନଙ୍କମଧ୍ୟରେ ହୋଇଥିବା ପ୍ରତିଯୋଗିତା ଗୁଡିକର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *