ଅସହାୟଙ୍କୁ ଶୀତବସ୍ତ୍ର ବଂଟନ

କେନ୍ଦ୍ରାପଡ଼ା, ୨୭/୦୧/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ଡାକବଙ୍ଗଳା ନିକଟସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ନିକଟରେ ପ୍ରବଳ ଥଣ୍ଡାରୁ ରକ୍ଷା ନିମନ୍ତେ ଗରୀବ ଓ ଅସହାୟ ଲୋକମାନଙ୍କୁ ଶୀତବସ୍ତ୍ର ବଂଟନ କରାଯାଇଛି । ସମାଜସେବୀ ତଥା ପ୍ରଧାନଶିକ୍ଷକ ପାର୍ଥସାରଥି ବେହେରା କପାଳେଶ୍ୱର ଓ ଗରାପୁର ଗ୍ରାମର ବୟୋଜ୍ୟେଷ୍ଟ ଅସହାୟ ଲୋକମାନଙ୍କୁ ଶୀତବସ୍ତ୍ର ବଂଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର କେନ୍ଦ୍ରାପଡା ସଭାପତି ସୁଦର୍ଶନ ମହାପାତ୍ର, ଜଟିବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *