ଧର୍ମ ପରାୟଣ ବ୍ୟକ୍ତି ଙ୍କ ପରଲୋକ

ଭୁବନ, ୨୭/୦୧/୨୦୨୪ (ଓଡ଼ିଶା ସମାଚାର)- ଭୁବନ ଏନ୍ଏସି ଅନ୍ତର୍ଗତ ୱାର୍ଡ ନଂ ୩ ର ଧର୍ମ ପରାୟଣ ବ୍ୟକ୍ତି ନିତ୍ୟାନନ୍ଦ ମହାରଣା ଙ୍କ ର ଗତକାଲି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡ଼ିତ ଥିଲେ । ଅନ୍ତିମ ଶଯ୍ୟା ନିକଟରେ ବିଧବା ପତ୍ନୀ ନୟନା ମହାରଣା, ପୁତ୍ର ଶ୍ରୀନିବାସ ମହାରଣା,ସୁରେଶ ମହାରଣା, ଗିରିଶ ମହାରଣା, ସୁବାସ ମହାରଣା ଙ୍କ ସମେତ ,ପୁତ୍ରବଧୂ,ନାତି ନାତୁଣୀ ଓ  ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ନିତ୍ୟାନନ୍ଦ ଙ୍କ ବିୟୋଗ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ନୁଆଭୁବନ ପରିକ୍ରମା କରି ବୁଦ୍ଧେଶ୍ୱର ଶ୍ମଶାନ ରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ପୁତ୍ର ସୁରେଶ ମହାରଣା ମୁଖାଗ୍ନୀ ଦେଇଥିଲେ । ସ୍ବର୍ଗତ ନିତ୍ୟାନନ୍ଦ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ଜଣେ ଧର୍ମ ପରାୟଣ,ପରୋପକାରୀ,ସ୍ନେହୀ ,ଦୟାଳୁ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗ ରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *