ବିଶିଷ୍ଟ ସମାଜସେବୀ ହେମ ଜେନାଙ୍କ ନୂତନ ପ୍ରତିମୂର୍ତ୍ତି ଉନ୍ମୋଚନ 

କଟକ ସଦର ,୦୩ /୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଅବିଭକ୍ତ କଟକ ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଏକାନ୍ତ ସହଯୋଗୀ ସ୍ଥାନୀୟ ଶଂଖପୁର ପଞ୍ଚାୟତର ପୂର୍ବତନ ସରପଂଚ ସ୍ୱର୍ଗତ ହେମନ୍ତ କୁମାର ଜେନା (ହେମ ଜେନା) ଙ୍କର ଏକ ନୂତନ ପ୍ରତିମୂର୍ତ୍ତି କୁ ଆଜି ମଙ୍ଗଳବାର ଦିନ କଟକ ଜିଲ୍ଲା ଶେଷ ଓ ଜଗତସିଂହପୁର ଜିଲ୍ଲା ଆରମ୍ଭର କଇଜଙ୍ଗା ଠାରେ ତିର୍ତ୍ତୋଲ ବିଧାୟକ ଡଃ ପ୍ରଫେସର ରମାକାନ୍ତ ଭୋଇ ଅନାବରଣ କରିଛନ୍ତି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶଂଖପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ତଥା କଟକ ସଦର ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା,ଦରଡାଗ୍ରାମ ସରପଂଚ ସତ୍ୟଭାମା ବେହେରା, ପୂର୍ବତନ ସମିତି ସଭ୍ୟ ଦିଲିପ ମହାପାତ୍ର,ପବିତ୍ର ପଶାୟତ ପ୍ରମୁଖ ବହୁ ବିଜେଡ଼ି କର୍ମୀ ଓ‌ ନେତା ଯୋଗଦାନ କରିଥିଲେ। ସୂଚନାଯୋଗ୍ୟ ଯେ ପୂର୍ବରୁ ହେମ ଜେନାଙ୍କ ପ୍ରତିମୂର୍ତ୍ତିକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ସହିତ ତତ୍କାଳୀନ ଜଗତସିଂହପୁର ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସ ଉଦଘାଟନ କରିଥିବା ବେଳେ ତାହାକୁ ନୂତନ ଭାବେ ପୁଣି ନିର୍ମାଣ କରାଯାଇ ଅନାବରଣ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *