୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ବିଦ୍ୟୁତ ବିଭାଗ ଯନ୍ତ୍ରୀ ଓ ସହଯୋଗୀ

କଟକ,୦୩/୦୨/୨୦୨୬ (ଓଡ଼ିଶା ସମାଚାର)- ଭିଜିଲାନ୍ସ ଜାଲରେ ମାଲକାନଗିରି TPSODLର କନିଷ୍ଠ ଯନ୍ତ୍ରୀ ଓ ତାଙ୍କ ସହଯୋଗୀ। ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ। ଏକ ସିମେଣ୍ଟ ଇଟା ତିଆରି କରିବା କମ୍ପାନୀକୁ ବିଦ୍ୟୁତ ସଂଯୋଗ କରିବା ଲାଗି ଲାଞ୍ଚ ମାଗିଥିଲେ।

ରାଜ୍ୟ ଭିଜିଲାନ୍ସ  ନିର୍ଦେଶାଳୟରୁ ମିଳିଥିବା  ସୂଚନାନୁଯାୟୀ, ମାଲକାନଗିରି TPSODL ର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ ଏବଂ ତାଙ୍କ ସହଯୋଗୀ ଭଞ୍ଜକିଶୋର ସ୍ଵାଇଁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଯନ୍ତ୍ରୀ ଏକ ସିମେଣ୍ଟ ଇଟା ତିଆରି କରିବା କମ୍ପାନୀକୁ ବିଦ୍ୟୁତ ସଂଯୋଗ କରିବା ଲାଗି ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୨୦ ହଜାର ଟଙ୍କା  ନହେଲେ ବିଦ୍ୟୁତ ସଂଯୋଗ  କାଟିଦେବେ ବୋଲି ଧମକ ଦେଇଥିଲେ । ଆଜି ଟଙ୍କା ନେଲା ବେଳେ କନିଷ୍ଠ ଯନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କୁ ଭିଜଲାନ୍ସ ମାଡ଼ି ବସିଥିଲା। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଥିଲା। ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇ ଡିଭିଜନ ଅଫିସରେ ନେଇ ପଚରାଉଚରା କରାଯାଉଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।

Leave a Reply

Your email address will not be published. Required fields are marked *