ବୋଇଙ୍ଗ ଏହାର ପଂଚମ ସଂସ୍କରଣ ବିୟୁଆଇଏଲଡ଼ି (ବିଲ୍ଡ଼୍) କାର୍ଯ୍ୟକ୍ରମ ପାଇଁ ଆବେଦନ ଆହ୍ୱାନ କରିଛି

  • ପାଂଚ ବର୍ଷ ମଧ୍ୟରେ ବୋଇଙ୍ଗ ୟୁନିଭରସିଟି ଇନୋଭେସନ ଲିଡ଼ରସିପ୍ ଡ଼େଭଲପମେଂଟ (ବିଲ୍ଡ଼୍) ବିଶ୍ୱବିଦ୍ୟାଳୟ ସ୍ତରୀୟ

ଏବଂ ପ୍ରାଥମିକ ପର୍ଯ୍ୟାୟର ଷ୍ଟାର୍ଟଅପ ନବୀନତମତାକୁ ବ୍ୟବସାୟୀକ ସମାଧାନରେ ପରିଣତ କରିବା ପାଇଁ ଏକ ଅଗ୍ରଣୀ ଜାତୀୟ ମଂଚ  ଭାବରେ ଉଭା ହୋଇଛି

ଦିଲ୍ଲୀ, ୩ /୨/୨୦୨୬- ବୋଇଙ୍ଗ (ଏନୱାଇଏସଇ:ବିଏ) ଆଜି ତାର ବୋଇଙ୍ଗ ୟୁନିଭରସିଟି ଇନୋଭେସନ ଲିଡ଼ରସିପ୍ ଡ଼େଭଲପମେଂଟ  (ବିଲ୍ଡ଼୍) କାର୍ଯ୍ୟକ୍ରମର ୨୦୨୫-୨୬ ନିମନ୍ତେ ଏହାର ପଂଚମ ସଂସ୍କରଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିବା ସମ୍ପର୍କରେ ଘୋଷଣା ସହିତ, ଭାରତର ଛାତ୍ର ନବସୃଜନକାରୀ ଏବଂ ପ୍ରାଥମିକ ପର୍ଯ୍ୟାୟର ଷ୍ଟାର୍ଟଅପ ଗୁଡ଼ିକ ପାଇଁ ନିଜର ଦୀର୍ଘକାଳୀନ ସମର୍ଥନକୁ ଅଧିକ ସୁଦୃଢ଼ କରିପାରିଛି ।

୨୦୧୯ ମସିହାରେ ଶୁଭାରମ୍ଭ ହୋଇଥିବା ବିଲଡ଼ ଭାରତର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ସ୍ନାତକ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟର ଷ୍ଟାର୍ଟଅପ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ନୂତନ ଚିନ୍ତାଧାରା ଗୁଡ଼ିକୁ ଉପସ୍ଥାପନ ତଥା ବିକଶିତ କରିବାରେ ସାହାଯ୍ୟ କରିପାରିଛି । ଏହା ସେମାନଙ୍କୁ ବିଭିନ୍ନ ଇନକୁ୍ୟବେଟର, ନିବେଶକ ଏବଂ ବୋଇଙ୍ଗର ଶିଳ୍ପ ବିଶେଷଜ୍ଞଙ୍କ ସହ ଯୋଡ଼ି ପାରିଛି ଯାହା ଫଳରେ ଏହି ଚିନ୍ତାଧାରା ଗୁଡ଼ିକ ବଜାରରେ ଉପଲବ୍ଧ ହେବା ଭଳି ବିଭିନ୍ନ ସମାଧାନରେ ପରିଣତ ହୋଇପାରିବ । ଏହି କାର୍ଯ୍ୟକ୍ରମ ବିଭିନ୍ନ ଶିଳ୍ପାନୁଷ୍ଠାନ, ଶିଳ୍ପଜଗତ, ଇନକୁ୍ୟବେଟର ଏବଂ ନିବେଶକ ମାନଙ୍କୁ ଏକ ସମନ୍ୱିତ ମଂଚରେ ଏକାଠି କରିଥାଏ । ଏହା ପ୍ରାରମ୍ଭିକ ପର୍ଯ୍ୟାୟର ଉଦ୍ଭାବନରେ ଥିବା ବିପଦକୁ ହ୍ରାସ କରିବା ସହିତ ଷ୍ଟାର୍ଟଅପ ଗୁଡ଼ିକର ପ୍ରସ୍ତୁତିକୁ ମଜବୁତ କରିବା ସହିତ ସେମାନଙ୍କୁ ପରିକଳ୍ପନାରୁ ବ୍ୟବହାରୀକ କାର୍ଯ୍ୟକାରୀତା ପର୍ଯ୍ୟନ୍ତ ଯାତ୍ରାକୁ ତ୍ୱରାନ୍ୱିତ କରିବାରେ ଯଥେଷ୍ଟ ସାହାଯ୍ୟ କରିଥାଏ ।

ଗତ ପାଂଚଟି ସଂସ୍କରଣ ମଧ୍ୟରେ, ଏହି କାର୍ଯ୍ୟକ୍ରମ ସାରା ଦେଶରେ ହଜାର ହଜାର ସ୍ନାତକ ଏବଂ ଷ୍ଟାର୍ଟଅପକୁ ସହାୟତା ପ୍ରଦାନ କରିବା ସହିତ ଭାରତର ଷ୍ଟାର୍ଟଅପ ଇକୋସିଷ୍ଟମରେ ବିଶେଷକରି ମହାକାଶ ବିଜ୍ଞାନ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ସ୍ଥାୟୀ ବିକାଶ ଏବଂ ସାମାଜିକ ପ୍ରଭାବ ଭଳି କ୍ଷେତ୍ରରେ ନୂତନ ଚିନ୍ତାଧାରା ଏବଂ ସମାଧାନ ଗୁଡ଼ିକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିଛି ।

ବିଲଡ଼ ମ୍ୟାକସେରୀ, ଉପସଭାପତି, ଷ୍ଟେଟ ଆଡ଼ଭୋକେସି ଆଣ୍ଡ ଗ୍ଲୋବାଲ ଏନଗେଜମେଂଟ , ବୋଇଙ୍ଗ ମତବ୍ୟକ୍ତ କରି କହିଛନ୍ତି, “ଏକ ଶତାଦ୍ଧୀରୁ ଅଧିକ ସମୟ ଧରି ବୋଇଙ୍ଗ ବିଶ୍ୱ ମହାକାଶ ବିଜ୍ଞାନ ନବସୃଜନ କ୍ଷେତ୍ରରେ ନେତୃତ୍ୱ ନେଇଆସିଛି, ଯାହା ସାହସିକ ଚିନ୍ତାଧାରାକୁ ଜୀବନ ଧାରଣରେ ଉନ୍ନତି ଆଣୁଥିବା ସମାଧାନ ଗୁଡ଼ିକରେ ପରିଣତ କରିଛି । ଏକ ଚିନ୍ତାଧାରାକୁ ସଫଳ ରୂପାୟନ ଦେବା ପାଇଁ କ’ଣ ଆବଶ୍ୟକ ଏବଂ ଏହା ପଛରେ ଥିବା ଆବେଗକୁ ଆମେ ସଠିକ୍ ଭାବରେ ବୁଝିଥାଉ । ଛାତ୍ରଛାତ୍ରୀ ଏବଂ ଉଦ୍ୟୋଗୀ ମାନଙ୍କ ସ୍ୱପ୍ନ ତଥା ମହ୍ୱାକାଂକ୍ଷାକୁ ସାକାର କରିବାରେ ବିଲଡ଼ କାର୍ଯ୍ୟକ୍ରମର ଏକ ସଫଳ ରେକର୍ଡ଼ ରହିଛି ଏବଂ ଏହି କାର୍ଯ୍ୟକ୍ରମ ନେବାକୁ ଯାଉଥିବା ବଡ଼ ପଦକ୍ଷେପକୁ ସମର୍ଥନ କରି ଆମେ ଗର୍ବିତ ।”

ଶ୍ରୀ ସଲିଲ ଗୁପ୍ତା, ସଭାପତି ବୋଇଙ୍ଗ ଇଣ୍ଡିଆ ଏବଂ ସାଉଥ ଏସିଅ ମନ୍ତବ୍ୟ ରଖି କହିଛନ୍ତି, “ଭାରତର ଷ୍ଟାର୍ଟଅପ ସମୁଦାୟ ନିଜ ସହିତ ସାହସିକ ଚିନ୍ତାଧାରା ଏବଂ ଗଭୀର ବୈଷୟିକ ଦକ୍ଷତା ନେଇ ଆସିଛନ୍ତି । ଗତ ପାଂଚ ବର୍ଷ ମଧ୍ୟରେ, ବିଲଡ଼ ଏହି ଦକ୍ଷତାକୁ ପ୍ରୋତ୍ସାହିତ କରି ଆସିଛି – ଯାହା ହଜାର ହଜାର ବିଦ୍ୟାର୍ଥୀଙ୍କ ଚିନ୍ତାଧାରାକୁ ପକ୍ଷୀ କରି ଉଡ଼ିବାକୁ ଡ଼େଣା ଦେଇଛି, ସେମାନଙ୍କୁ ମାର୍ଗଦର୍ଶନ, ଶିଳ୍ପ ବିଶେଷଜ୍ଞତା ଏବଂ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ କରିଛି – ସର୍ବୋପରି ନୂତନ କଳ୍ପନା ଗୁଡ଼ିକୁ ବାସ୍ତବିକ କ୍ଷମତାରେ ପରିଣତ କରିବାରେ ଏହା ଯଥେଷ୍ଟ ସାହାଯ୍ୟ କରିଛି । ଆମେ ଆମର ଇନକୁ୍ୟବେଟର ଇକୋସିଷ୍ଟମର ସହଭାଗୀତାକୁ ଅଧିକ ଗୁରୁତ୍ୱ ଦେଉ, ଯାହା ନୂତନତ୍ୱକାରୀ ଉଦ୍ୟୋଗୀ ମାନଙ୍କୁ ଗଢ଼ିବାର ଏକ ଅବିଛେଦ୍ୟ ଅଙ୍ଗ ଭାବରେ ଏହି ଯାତ୍ରାରେ ସହଭାଗୀ ହୋଇରହିଛି ।”

ଭାରତରେ ବିଲଡ଼ (ବିୟୁଆଇଏଲଡ଼ି) କାର୍ଯ୍ୟକ୍ରମକୁ ସଂଗଠିତ ଭାବରେ ଆୟୋଜନ କରିବା ପାଇଁ ଏହି ପଂଚମ ସଂସ୍କରଣରେ ବୋଇଙ୍ଗ

ଯେଉଁ ସାତୋଟି ଇନକୁ୍ୟନେଟରଙ୍କ ସହିତ ସହଭାଗିତା ଚାଲୁ ରଖିଛି ସେମାନେ ହେଲେ, ଏସଆଇଏନଇ ଆଇଆଇଟି ମୁମ୍ବାଇ, ଏଫଆଇଆଇଟି-ଆଇଆଇଟି ଦିଲ୍ଲ. ଇନ୍ନୋଭେସନ ଆଣ୍ଡ ଏ ରପ୍ରିନୁ୍ୟରସିପ ସେଂଟର ଆଇଆଇଟି ଗାନ୍ଧୀନଗର, ଆଇଆଇଟି ମାଡ଼୍ରାସ ଇନକୁ୍ୟବେସନ ସେଲ, ସୋସାଇଟି ଫର ଇନୋଭେସନ ଆଣ୍ଡ ଡ଼େଭେଲପମେ ଆଇଆଇଏସସି ବେଙ୍ଗାଲୁରୁ, ଟି-ହବ ହାଇଦ୍ରାବଦ ଏବଂ ଟିବି ଆଇ-କିଟ୍ ଭୁବନେଶ୍ୱର ମହାକାଶ ଏବଂ ପ୍ରତିରକ୍ଷା, ଷ୍ଟାଟ-ଅଫ ପ୍ରଯୁକ୍ତି, ସାମାଜିକ ପ୍ରତିଫଳନ ଏବଂ ପୋଷଣୀୟତା ଇତ୍ୟାଦି କ୍ଷେତ୍ରରେ ରହିଥିବା ଭାବନା ଗୁଡ଼ିକୁ ବ୍ୟକ୍ତ କରିବା ପାଇଁ ଆବେଦନକାରୀ ମାନଙ୍କୁ ଆମନ୍ତ୍ରିତ କରାଯାଉଛି ।

ଚୟନକାରୀ ମନୋନୀତ ଦଳ ଗୁଡ଼ିକ ଆଂଚଳିକ ସ୍ତରର ବୁଟ-ସ୍ତରୀୟ କ୍ୟାମ୍ପରେ ପ୍ରତିଦ୍ୱନ୍ଦିତା କରିବେ, ଏବଂ ଫାଇନାଲିଷ୍ଟମାନେ ଜୁଲାଇ ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ବୋଇଙ୍ଗ ଇମର୍ସନ ଦିବସ ତଥା ବିଲଡ଼ ଫାଇନାଲରେ ପ୍ରସଙ୍ଗକାରୀ ବିଶେଷଜ୍ଞଙ୍କ ସମ୍ମୁଖରେ ନିଜର ଚିନ୍ତାଧାରା ଉପସ୍ଥାପନ କରିବେ । ବିଜେତାମାନଙ୍କୁ ସେମାନଙ୍କର ଚିନ୍ତାଧାରା ତଥା ନୂତନ ସୃଜନଶୀଳତା ପାଇଁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କାର ଅନୁଦାନ ଅର୍ଥ ପ୍ରଦାନ କରାଯିବ । ବୋଇଙ୍ଗର ମେଂଟର ଏବଂ ଶିଳ୍ପ ବିଶେଷଜ୍ଞମାନେ ଫାଇନାଲିଷ୍ଟ ମାନଙ୍କ ସହ ମିଶି କାମ କରିବେ ଏବଂ ଏହି ଚିନ୍ତାଧାରା ଗୁଡ଼ିକୁ କିପରି ଭାବରେ ଏକ ସଫଳ ବ୍ୟବସାୟରେ ପରିଣତ କରାଯାଇପାରିବ ସେ ଦିଗରେ ମାର୍ଗଦର୍ଶନ କରିବେ ।

ଇଚ୍ଛୁକ ବିଦ୍ୟାର୍ଥୀଗଣ ଏବଂ ଉଦ୍ୟୋଗୀମାନେ https://www.boeing.co.in/boeing-in-india/build. ଏହି ଲିଙ୍କ ମାଧ୍ୟମରେ ଆବେଦନ କରିପାରିବେ ଏବଂ ଏହି ଆବେଦନର ଶେଷ ତାରିଖ ୪, ଏପ୍ରିଲ, ୨୦୨୬ ରହିଛି ।

Leave a Reply

Your email address will not be published. Required fields are marked *