ଆଶାବରୀ ପକ୍ଷରୁ ସୂର୍ଯ୍ୟମଣି ସ୍ମୃତି ସମ୍ମାନ

ଭୁବନେଶ୍ୱର, ୧୨/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡିଶୀ କଣ୍ଠ ସଙ୍ଗୀତ ଗୁରୁ ଉମେଶ ଚନ୍ଦ୍ର ଦାସଙ୍କ ଦ୍ଵାରା ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ‘ଆଶାବରୀ’ ସାଂସ୍କୃତିକ ସମାଜର ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସ୍ଥାନିୟ କଳିଙ୍ଗ ହସପିଟାଲର ଅଧ୍ୟକ୍ଷ ଶୀତିକଣ୍ଠ ଦାସ, ସମ୍ମାନିତ ଅତିଥି ଭାବେ ପ୍ରଜେଶ ନଳିନୀ ଦାଶ, ପ୍ରବିର କୁମାର ଦାଶ, ଅରୁଣ କୁମାର ମହାପାତ୍ର, ଚନ୍ଦ୍ରମୈଳୀ ମିଶ୍ର, ରମେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ।

ଏହି ଅବସରରେ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଶୀ ସଙ୍ଗୀତ ଗୁରୁ ରଘୁନାଥ ପାତ୍ରଙ୍କୁ ୨୦୨୫ର ସମ୍ମାନଜନକ ସୂର୍ଯ୍ୟମଣି ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଗୁରୁ ଶରତ କୁମାର ରଥ, ସଙ୍ଗୀତା ପଣ୍ଡା, ସନ୍ତୋଷ କୁମାର ଲେଙ୍କା, ଶରତ ଚନ୍ଦ୍ର ବାରିକ, ନିରଞ୍ଜନ ମିଶ୍ରଙ୍କୁ ମନୋରମା-କଇଁ ସମ୍ମାନ ପ୍ରଦାନ କରା ଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର କଳାକାରମାନଙ୍କ ଦ୍ବାରା ଓଡ଼ିଶୀ, ଗୀତ ଗୋବିନ୍ଦ, ଛାନ୍ଦ, ଚମ୍ପୁ, ଭଜନ, ଜଣାଣ ପରିବେଷଣ କରା ଯାଇଥିଲା। ଗୁରୁ ନିମାକାନ୍ତ ରାଉତ ଓ ଗୁରୁ ଲକ୍ଷ୍ମୀକାନ୍ତ ପାଲିତ ଉପସ୍ଥିତ ରହି ଶିଳ୍ପୀମାନଙ୍କ ମନୋବଳ ବଢାଇଥିଲେ।

ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ଉମେଶ ଚନ୍ଦ୍ର ଦାସ ସଭାରେ ପୈରହିତ୍ୟ କରିଥିବା ବେଳେ ସଭାନେତ୍ରୀ ଅନୀତା ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ଉପ-ସଭାନେତ୍ରୀ ପ୍ରତିମା ମହାପାତ୍ର, ସମ୍ପାଦିକା ସ୍ପନ୍ଦନିକା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥାପିକା ଅନୁସୂୟା ସାହୁ ଓ ସୁଶ୍ରୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *