ସାଲେପୁର ରେ ବିଦ୍ୟୁତ ଉପଭୋକ୍ତା ସଂଘର ପ୍ରତିବାଦ ସଭା

ସାଲେପୁର,୦୨/୦୨/୨୦୨୬ ( ଓଡିଶା ସମାଚାର/ ଅଭୟ ଜେନା )  କଟକ ଜିଲ୍ଲା ସାଲେପୁର ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ୮ ଦଫା ଦାବିକୁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଅଣଦେଖା ପ୍ରତିବାଦରେ ଆଜି କଟକ ଜିଲ୍ଲା ସାଲେପୁର ବିଦ୍ୟୁତ ଡିଭିଜନ ଅଫିସ ସାମ୍ନାରେ ଏକ ପ୍ରତିବାଦ ସଭା ଗଗନ ବିହାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ଓଡିଶା ବିଦ୍ୟୁତ ଉପଭୋକ୍ତା ମହାସଂଘର ରାଜ୍ୟ ସଭାପତି ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ସାଲେପୁର ବିଦ୍ୟୁତ ଡିଭିଜନ  ଉପଭୋକ୍ତା ସଂଘ ସଭାପତି ନନ୍ଦକିଶୋର ଭୂୟାଁ , ନିଶ୍ଚିନ୍ତକୋଇଲି ବିଦ୍ୟୁତ ଉପଭୋକ୍ତା ସଂଘ ସଭାପତି ରମାକାନ୍ତ ବେହେରା, ମାହାଙ୍ଗା ଉପଭୋକ୍ତା ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କୋଠପଦା ସେକ୍ସନ ବିଦ୍ୟୁତ ଉପଭୋକ୍ତା ସଂଘ ସଭାପତି ଅଖିଳେଶ ମହାନ୍ତି,ବିଜେଡି ନେତା ଦିଲୀପ ଦାଶ, କଂଗ୍ରେସ ନେତା ମାସୁଦ ଅଲ୍ଲୀ,ବିଜେପି ନେତା କୁଞ୍ଜ ମୋହନ ସେଠୀ, ଡକ୍ଟର ଭାବଗ୍ରାହୀ ରାଉତ ପ୍ରମୁଖ ଯୋଗଦେଇ ଟାଟା କମ୍ପାନୀର ମନମାନି ବିରୁଦ୍ଧରେ ଆନ୍ଦୋଳନ ଆହୁରି ଜୋରଦାର ପାଇଁ ଆହ୍ୱାନ ଦେଇଥିଲେ।

ସ୍ମାର୍ଟ ମିଟର ଜୋର ଜବରଦସ୍ତି  ଲଗାଇବା ବନ୍ଦ କରିବାସହ, ଅତିରିକ୍ତ ଜମା ରାଶି ନଦେବା ପାଇଁ ଉପଭୋକ୍ତାଙ୍କୁ କହିବା ସହ, ବିଦ୍ୟୁତ ଶୁଳ୍କ ହ୍ରାସ ଓ ଅନ୍ୟାନ୍ୟ ସମସ୍ୟା ବିଷୟରେ ସଂଘ ସରକାର ଓ ବିଦ୍ୟୁତ କମ୍ପାନୀର ଅଧିକାରୀଙ୍କୁ ଦାବି ଜଣାଇଛି ବୋଲି ରାଜ୍ୟ ସଂଘ ସଭାପତି କହିଛନ୍ତି।

ସାଲେପୁର ଡିଭିଜନ ଅଧୀନରେ ରହିଥିବା , ମାହାଙ୍ଗା, ନିଶ୍ଚିନ୍ତକୋଇଲି ଏବଂ ସାଲେପୁର ଉପଭୋକ୍ତା ମାନେ ଆଜି ଏହି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ । ବିଦ୍ୟୁତ ବିତରଣ କମ୍ପାନୀର ଜୁଲମ ବିରୁଦ୍ଧରେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସଂଘ ଚେତାବନୀ ଦେବାସହ ଏକ ୮ ଦଫା ସମ୍ବଳିତ ଦାବିପତ୍ର ସାଲେପୁର ବିଦ୍ୟୁତ ଡିଭିଜନର ଅଧିକାରୀଙ୍କୁ ପ୍ରଦାନ କରିଥିଲେ ।  ସଂଘର ଦାବି ଗୁଡିକ କିଭଳି ସମାଧାନ ହେବ ସେଥିଲାଗି ସେ ଉପରିସ୍ଥ ଅଧିକାରୀଙ୍କୁ ପଠାଇବେ ବୋଲି କହିଛନ୍ତି ସାଲେପୁର ବିଦ୍ୟୁତ ଡିଭିଜନ ଫାଇନାସ ମ୍ୟାନେଜର  ।

Leave a Reply

Your email address will not be published. Required fields are marked *