ଜିଲ୍ଲା ସ୍ତରୀୟ ଜନଜାତି କ୍ରୀଡ଼ା ମହୋତ୍ସବରେ ବାଲିଗୁଡ଼ା ବ୍ଲକର ଦମଦାର ପ୍ରଦର୍ଶନ

ବାଲିଗୁଡ଼ା,୧୫/୦୨/୨୪: (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସ୍ତରୀୟ ଜନଜାତି କ୍ରୀଡ଼ା ମହୋତ୍ସବରେ ବାଲିଗୁଡ଼ା ବ୍ଲକର ଦମଦାର ପ୍ରଦର୍ଶନ । ଏ ନେଇ ବାଲିଗୁଡା ବ୍ଲକ୍ ପ୍ରଶାସନ ପକ୍ଷରୁ କୃତି ପ୍ରତିଯୋଗୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଜନଜାତି କ୍ରୀଡ଼ା ମହୋତ୍ସବ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବାଲିଗୁଡ଼ା ବ୍ଲକରୁ ଦଳଗତ ୫ଟି ଓ ବ୍ୟକ୍ତିଗତ ୬ ଟି ଇଭେଣ୍ଟରେ ୧୧୬ ଜଣ ଆଦିବାସୀ ଯୁବକ ଯୁବତୀ ଭାଗ ନେଇଥିଲେ । କବାଡିରେ ପୁରୁଷ ଦଳ ଚମ୍ପିୟାନ ହୋଇଥିବା ବେଳେ ମହିଳା ଦଳ ରନର୍ସଅପ୍ ହୋଇଛନ୍ତି । ସେହିଭଳି ବ୍ୟାଡ୍ ମିଣ୍ଟନରେ ସିଙ୍ଗଲ୍ ଓ ଡବଲ୍ସ ରେ ଉଭୟ ପୁରୁଷ ଓ ମହିଳା ଦଳ ଚମ୍ପିୟାନ ହେବା ସହ ବିଭିନ୍ନ ଖେଳରେ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ଯୁବକ ଯୁବତୀଙ୍କ ଅନ୍ତର୍ନିହିତ ଗୁଣର ବିକାଶ ତଥା ଲୋକ ଲୋଚନକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଦିବାସୀ ଯୁବ କ୍ରୀଡ଼ାବିତ୍ ।

Leave a Reply

Your email address will not be published. Required fields are marked *