ଖଲ୍ଲିକୋଟ ସାହିତ୍ୟ ସଂସଦର ବୈଠକ

 ଖଲ୍ଲିକୋଟ୍ ,୦୮/୦୫/୨୦୨୫ (ଓଡ଼ିଶା ସମାଚାର)-  ବୁଧବାର, ଖଲ୍ଲିକୋଟ୍ ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ମଧ୍ୟରେ ଥିବା ମା ଲକ୍ଷ୍ମୀ ମନ୍ଦିର ପ୍ରାଙ୍ଗଣରେ ଡ. ଏପିଜେ. ଅବଦୁଲ୍. କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ଏକ ନୂତନ ସାହିତ୍ୟ ସଭା ଆୟୋଜିତ କରାଯାଇଥିଲା । ବଙ୍ଗଳାର ବିଶିଷ୍ଟ କବି ନୋବେଲ ପୁରସ୍କାର ପ୍ରାପ୍ତ କବି ରବିନ୍ଦ୍ର ନାଥ ଟାଗୋରଙ୍କ ଜନ୍ମ ଜୟନ୍ତୀ ହେତୁ ଏହି ଦିବସଟିକୁ ଚୟନ କରାଯାଇଥିଲା । ଖଲ୍ଲିକୋଟ ମାଟିର ଐତିହ୍ୟ, ପରମ୍ପରାକୁ ବଜେଇ ରଖିବା ତଥା ନୂତନ ଯୁବ ପୀଢ଼ିଙ୍କୁ ସାହିତ୍ୟ ସର୍ଜନା ପାଇଁ ପ୍ରୋତ୍ସାହିତ କରିବା ଏହି ଖଲ୍ଲିକୋଟ ସାହିତ୍ୟ ସଂସ୍ଥାନର ମୂଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥି ମାନେ ମତ ଦେଇଥିଲେ ।

ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠାତା ଡ. ଶ୍ୟାମାପ୍ରସାଦ ମିଶ୍ର ମୂଖ୍ୟ ଅତିଥି ରୂପେ  ଏବଂ ପ୍ରାଚୀନ ସାହିତ୍ୟ ସଂସଦର ପ୍ରତିଷ୍ଠାତା ବଂଶୀଧର ସେଠୀ ସମ୍ମାନିତ ଅତିଥି ଭାବେ ଯୁଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଉକ୍ତ ବୈଠକରେ ସାହିତ୍ୟ ପ୍ରେମୀ, ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଏବଂ ଟ୍ରଷ୍ଟର ସଦସ୍ୟ ମାନେ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

ଏଥିରେ ନୂତନ ଭାବେ ସଭାପତି ଶ୍ରୀ ନବୀନ କୁମାର ପ୍ରମାଣିକ୍, ଉପ ସଭାପତି ବିଜୟ କୁମାର ତ୍ରିପାଠୀ, ଉପ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ କୁମାରୀ ଦାସ୍, ସାଧାରଣ ସମ୍ପାଦକ ପ୍ରଭାତ କୁମାର ସଢ଼ଙ୍ଗି  , ସହ- ସମ୍ପାଦକ ଅଶୋକ କୁମାର ପ୍ରଧାନ୍, ସହ ସଂପାଦକ ରମାକାନ୍ତ ନାୟକ୍, କୋଷାଧ୍ୟକ୍ଷ ମହାଦେବ ମଲ୍ଲିକ୍ ପ୍ରଭୃତିଙ୍କୁ ସର୍ବ ସମ୍ମତି କ୍ରମେ ନୂତନ ଭାବେ ଚୟନ କରାଯାଇଥିଲା ।

ଟ୍ରଷ୍ଟର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ରଥ,  ପ୍ରତାପ ଚନ୍ଦ୍ର ମହାପାତ୍ର, ସକ୍ରିୟ ସଭ୍ୟା ବିଦ୍ୟୁତ୍ ପ୍ରଭା ଦାସ୍, ଅଧ୍ୟାପକ ଡ. ଜଗଦୀଶ୍ ଚନ୍ଦ୍ର ପାଲ୍, ପ୍ରକାଶ କୁମାର ଦାସ, ନୀଳକଣ୍ଠ ନାୟକ୍ ଏବଂ ଅନ୍ୟାନ୍ୟ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।

ନୂତନ କରି ଗଠିତ ହୋଇଥିବା ଖଲ୍ଲିକୋଟ ସାହିତ୍ୟ ସଂସ୍ଥାନର ଉପଦେଷ୍ଟା ଭାବରେ ପ୍ରଫେସର ବୈଷ୍ଣବଚରଣ ସାମଲ, ଡ. ହରିହର କାନୁନଗୋ, ଡ. ସୁବାଷ ଚନ୍ଦ୍ର ଦାସ, ଡ. ସୁଷମା ମିଶ୍ର, ଡ. କୀର୍ତ୍ତିମଞ୍ଜରୀ ସାହୁ, ଡ. ଶ୍ୟାମାପ୍ରସାଦ ମିଶ୍ର, ବସନ୍ତମଞ୍ଜରୀ ସାମନ୍ତ, ବଂଶୀଧର ସେଠୀ , ବଳରାମ ସାହୁ ରହିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏହି ସଂଗଠନର ତତ୍ତ୍ଵାବଧାନ ପାଇଁ ଟ୍ରଷ୍ଟର ସଂପାଦକ ପଞ୍ଚାନନ ସୁର ଓ ଟ୍ରଷ୍ଟି ଜ୍ୟୋତ୍ସ୍ନାକୁମାରି ପ୍ରଧାନଙ୍କୁ ଦାୟିତ୍ଵ ଦିଆଯାଇଥିଲା । ଶେଷରେ ରମାକାନ୍ତ ନାୟକ ଧନ୍ୟବାଦ୍ ଜ୍ଞାପନ କରି ସଭା ସାଙ୍ଗ କରିଥଲେ ।

Leave a Reply

Your email address will not be published. Required fields are marked *