ବ୍ରେନଷ୍ଟ୍ରୋକ ପୀଡିତ ଙ୍କୁ “ଯୁବଶକ୍ତି” ର ଅଧ୍ୟକ୍ଷ ସହଯୋଗର ହାତ ବଢ଼ାଇଲେ

କଙ୍କଡାହାଡ଼, ୧୯/୧୧/୨୦୨୩ (ଓଡ଼ିଶା ସମାଚାର)-ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡାହାଡ଼ ବ୍ଲକ, କଙ୍କଡାହାଡ଼ ଗ୍ରାମ ପଞ୍ଚାୟତର ଭଦଳିଆ ସାହିର ବୈକୁଣ୍ଠ ପାତ୍ର ବୟସ ୬୦। ଦୁଇ ବର୍ଷ ହେବ ବ୍ରେନଷ୍ଟ୍ରୋକ ରେ ପୀଡିତ ଅଛନ୍ତି । ଘରେ ତାଙ୍କର ପତ୍ନୀ କାଞ୍ଚନ ପାତ୍ର ବୟସ ୫୦ା ଏକମାତ୍ର ଝିଅ ଇତିଶ୍ରୀ ପାତ୍ର ଯୁକ୍ତ ଦୁଇ ରେ ପଢୁ ଅଛନ୍ତି । ବହୁତ ଅଭାବ ଅନଟନ ରେ ଚଳୁଅଛନ୍ତି । ଏହି ଖବର ଶୁଣି “ଯୁବଶକ୍ତି” ର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସୁଖ ଦୁଃଖର ସାଥି ଲୋକପ୍ରିୟ ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ବୈକୁଣ୍ଠ ପାତ୍ର ଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ପଚାରି ବୁଝିଥିଲେ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ବହୁତ ଶୀଘ୍ର ସୁସ୍ଥ ହୋଇ ଆରୁଗ୍ୟ ଲାଭ ପାଇଁ କାମନା କରିବା ସହ ସାହାଯ୍ୟ ସହଯୋଗ ର ହାତ ବଢ଼େଇ ଥିଲେ । ତାଙ୍କୁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ରେ ଉତ୍ତମ ଚିକିତ୍ସା ମିଳୁଅଛିା ଆବାସ ଯୋଜନାରେ ଘର ମିଳିଥିବା ବେଳେ, ରାସନ ଚାଉଳ ମଧ୍ୟ ମିଳୁ ଅଛି । କେବଳ ଭିନ୍ନକ୍ଷମ ବାର୍ଦ୍ଧକ୍ୟ ଭତ୍ତା ରେ ଅନ୍ତର୍ଭୁକ୍ତ କରି ଭତା ଯୋଗାଇ ଦେବା ପାଇଁ କଙ୍କଡାହାଡ଼ ବିଡ଼ିଓ ଯଶୋବନ୍ତ ଦେହୁରୀ ଙ୍କୁ “ଯୁବଶକ୍ତି” ର ଅଧ୍ୟକ୍ଷ ତଥା ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *