ନିରାକାରପୁର, ୨୭/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଓଳସିଂହ ରଘୁନାଥ ଆଦର୍ଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗତ ୧୬ ତାରିଖ ରୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇ ୨୬ ତାରିଖ ରେ ଉଦଯାପିତ ହୋଇଯାଇଛି। ପ୍ରଶିକ୍ଷିକା ସ୍ୱାଗତିକା ପାତ୍ର ଦୀର୍ଘ ୯୦ ଜଣ ଛାତ୍ରୀଙ୍କୁ ଆଠ ଦିନ ଧରି ଆତ୍ମରକ୍ଷା କୌଶଳ ସମ୍ପର୍କରେ ଶିକ୍ଷାଦାନ କରିଥିଲେ।ମୁଖ୍ୟ ସଂଯୋଜିକା ଭାବେ ଅଧ୍ୟାପିକା କୀର୍ତ୍ତିବାଳା ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ସୁଧାଂଶୁ ଶେଖର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଛାତ୍ରୀମାନଙ୍କୁ ଦୃଢ଼ ମନା କରିବାରେ ସହାୟତା କରିବ ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ଅଂଶ ଗ୍ରହଣ କରିଥିବା ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ଅତିଥିମାନେ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।
ଓଳସିଂହ କଲେଜରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ
