ନିରାକାରପୁର, ୨୭/୦୧/୨୦୨୪ (ଓଡ଼ିଶା ସମାଚାର)- ସ୍ଥାନୀୟ ଦିବ୍ୟସିଂହପୁର ଶାସନ ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞରେ ପ୍ରତ୍ୟେକ ଦିନ ହୋମ,ଯଜ୍ଞ, ସୂର୍ଯ୍ୟପୂଜା, ପୂଜାର୍ଚ୍ଚନା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପୂର୍ଣ୍ଣାହୁତି ଦିବସରେ ବହୁ ସଂଖ୍ୟାରେ ଭକ୍ତ ମାନେ ଉପସ୍ଥିତ ରହି ଠାକୁରଙ୍କ ଆଶୀର୍ବାଦ ଲାଭ କରିବା ସହିତ ପ୍ରସାଦ ସେବନ କରିଥିଲେ। ଏହି କର୍ଯ୍ୟକ୍ରମକୁ ସଫଳ କରିବାରେ ଦିବ୍ୟସିଂହପୁର ଶାସନ ଗ୍ରାମବାସୀ ସହଯୋଗ କରିଥିଲେ।