କେନ୍ଦ୍ରାପଡା ସହରର ବିଶିଷ୍ଟ ବ୍ୟବସାୟୀଙ୍କ ବିୟୋଗ

କେନ୍ଦ୍ରାପଡ଼ା,୨୯/୦୯/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର ବିଶିଷ୍ଟ ବ୍ୟବସାୟୀ, ଗୌରୀଶଙ୍କର ହୋଟେଲ ଓ ଗୌରୀଶଙ୍କର ବସର ମାଲିକ, ପୂର୍ବତନ କେନ୍ଦ୍ରାପଡା ଘରୋଇ ବସମାଲିକ ସଂଘର ସଭାପତି ତଥା ପୂର୍ବତନ କାଉନସିଲର ଗୌରାଙ୍ଗ ଚରଣ ପଣ୍ଡାଙ୍କ ୭୨ବର୍ଷ ବୟସରେ ତାଙ୍କ କଜଳାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ପୁତ୍ର ଦେବାଶିଷ ଓ ପ୍ରଭାଶିଷ, ପୁତ୍ରବଧୁଙ୍କ ସମେତ ପରିବାର ପରିଜନ ଉପସ୍ଥିତ ଥିଲେ ।

ତାଙ୍କ ବିୟୋଗ ଖବର ପାଇ ପୌରାଧ୍ୟକ୍ଷା ସରିତା ସାହୁ, ପିସିସି କୋଷାଧ୍ୟକ୍ଷ ଇଂ ସିଦ୍ଧାର୍ଥସ୍ୱରୂପ ଦାଶ, ଜିଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ ଦାସ, ବରିଷ୍ଠ ବିଜେଡି ନେତା ରଞ୍ଜିତ କୁମାର ସାହୁ,ପ୍ରାକ୍ତନ କାଉନସିଲର ହିରଣ୍ୟ ପଣ୍ଡା, ବିଜେଡି ଯୁବନେତା ରାଜେଶ ପଣ୍ଡା, ସମାଜସେବୀ ପ୍ରଦୀପ କୁମାର ମହାନ୍ତି, କାଉନସିଲରଙ୍କ ପ୍ରତିନିଧି ସେକ ଚାନ୍ଦଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲର ପ୍ରମୁଖ ବହୁ ବିଶିଷ୍ଟବ୍ୟକ୍ତି କଜଳାସ୍ଥିତ ବାସଭବନରେ ପହଂଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କଜଳା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ଦେବାଶିଷ ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *