‘ଶାନ୍ତି ମୈତି୍ର’ ସ୍ୱେଛାବେୀ ଅନୁଷ୍ଠାନ ପକ୍ଷରୁ ଶୀତବସ୍ତ୍ର ବଂଟନ

ଗରଦପୁର, ୦୯/୧୨/୨୦୨୫(ଓଡ଼ିଶା ସମାଚାର)- ଗତ ଏକ ସପ୍ତାହ ହେଲା ଗରଦପୁର ବ୍ଲକ୍ ଅଂଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଶୀତ ପ୍ରକୋପ ବୃଦ୍ଧି ପାଉଥିବାରୁ ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତ ଅନ୍ତର୍ଗତ ବିଚଣା ଗ୍ରାମସ୍ଥିତ ‘ଶାନ୍ତି ମୈତ୍ରୀ’ ସେଛାସେବୀ ଅନୁଷ୍ଠାନ ଜିଲା କାର୍ଯ୍ୟାଳୟ ପରିସର ମଧ୍ୟରେ ନିକଟସ୍ଥ ଅଂଚଳର ଅସହାୟ,ଶାରିରୀକ ଭିନ୍ନକ୍ଷମ,ବୃଦ୍ଧ,ବୃଦ୍ଧାମାନଙ୍କୁ ଶୀତ ରୁ ରକ୍ଷା ପାଇବା ପାଇଁ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଶୀତବସ୍ତ୍ର ବଂଟନ କରାଯାଇଛି ।

ନିକଟସ୍ଥ ବିଚଣା,ଭୋଇସାହି,ହରିଦାସପୁର ଆଦି ଗ୍ରାମର ୩୬ଜଣ ବୃଦ୍ଧ,ବୃଦ୍ଧା,ଅସହାୟ ଓ ଶାରୀରିକ ଭିନ୍ନକ୍ଷମଙ୍କୁ ସ୍ୱେଛାସେବୀ ଅନୁଷ୍ଠାନ କାର୍ଯ୍ୟାଳୟ ପରିସର ମଧ୍ୟରେ ଶୀତ ବସ୍ତ୍ର ବଂଟନ କରାଯାଇଥିଲା । ଏହି ଶୀତବସ୍ତ୍ର ବଂଟନ କାର୍ଯ୍ୟରେ ସ୍ୱେଛାସେବୀ ଅନୁଷ୍ଠାନର ସମ୍ପାଦକ ଭଗବାନ ଜେନା,ପଦ୍ମପୁର ପଂଚାୟତର ସରପଂଚଙ୍କ ପ୍ରତିନିଧି ନିମାଇଁ ଚରଣ ବେହେରା, ସ୍ୱେଛାସେବୀ ମଂଟୁ ମହାନ୍ତି, ମଞ୍ଜୁବାଳା ଜେନା,ଅଶୋକ କୁମାର ଜେନା, ଜ୍ଞାନରଞ୍ଜନ ଜେନା, କେଦାର ବାରିକ୍ ଓ ବିକ୍ରମ ରାଉତ ପ୍ରମୁଖ ଉପସ୍ଥିତ ରହି ଶୀତ ବସ୍ତ୍ର ବଂଟନ କାର୍ଯ୍ୟରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *