ପ୍ରସିଦ୍ଧ ବଳଦ ଯାତ୍ରା ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ସନ୍ଧ୍ୟା ୭ ଟା ସୁଦ୍ଧା ରାବଣ ପୋଡ଼ି , ଡି ଜେ ସମ୍ପୂର୍ଣ ବନ୍ଦ

ବଡ଼ହାଟ ରୁ ଗୋଡ଼ି ପୋଖରୀ ଛକ ଦେଇ ବସଷ୍ଟାଣ୍ଡ ନୂଆ ରୁଟ୍ ହେଲା

ଭୁବନ,୦୩/୧୦/୨୦୨୬(ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ଐତିହାସିକ,ପାରମ୍ପରିକ ତଥା ଗଣ ପର୍ବ ଭାବେ ପ୍ରସିଦ୍ଧି ଲାଭ କରିଥିବା ଦଶହରା ବଳଦ ଯାତ୍ରା ଉପଲକ୍ଷେ ଏନ୍ ଏ ସି ସଭା ଗୃହରେ ଶନିବାର ଅପରାହ୍ନରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଶାନ୍ତି କମିଟି ମୁଖ୍ୟ କାମାକ୍ଷା ନଗର ଉପ ଜିଲ୍ଲାପାଳ ବିକାଶ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ତହସିଲଦାର ଜ୍ୟୋତିରୂପା ଶତପଥୀ,କାମାକ୍ଷା ନଗର ଏସ ଡି ପି ଓ ରଜନୀ କାନ୍ତ ସାମଲ ଏନ୍ ଏ ସି ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ ,ଥାନାଧିକାରୀ ରେଣୁବାଳା ସାହୁ,ବିଦ୍ୟୁତ୍ ବିଭାଗ ଆସିଷ୍ଟାଣ୍ଟ ମ୍ୟାନେଜର ନଳିନୀ ଶଙ୍କର ରଥ,ଦଶହରା ବଳଦ କମିଟି ସଭାପତି ଦିଲ୍ଲୀପ କୁମାର ଦାସ, ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର,ବଳଦ ଯାତ୍ରା ସ୍ରଷ୍ଟା ” ଥୋରିଆ ସମାଜ ” ମୁଖ୍ୟ ବିଶ୍ଵନାଥ ସାହୁ, ଦୁର୍ଗା ପୂଜା କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟକାରୀ ସଭାପତି ସନ୍ଦୀପ ଦାସ,ସମ୍ପାଦକ ଧିରେନ ପୃଷ୍ଟି ,କୁଞ୍ଜ ବିହାରୀ ଚିନରା, ,ନିରଞ୍ଜନ ଗୁରୁ,ଅଜୟ କୁମାର ସେଠୀ,ଡଃ ସୁବାସ ନାୟକ ,କାଉନସିଲର ନରେନ୍ଦ୍ର କୁମାର ବେହେରା,ପପୁ କୁମାର ସାହୁ ,ସୁଶାନ୍ତ ନାୟକ,ନୂଆ ବଜାର ବଣିକ ସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ଙ୍କ ସମେତ ସମସ୍ତ ବଳଦିଆ କମିଟି ଓ ଦୁର୍ଗାପୂଜା କମିଟି ସଦସ୍ୟ ଯୋଗଦେଇ ବଳଦ ଯାତ୍ରା, ରାବଣ ପୋଡ଼ି ଓ ଦୁର୍ଗା ମେଢ଼ ଭସାଣି ଯାତ୍ରା କୁ ଅତ୍ୟନ୍ତ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ଶେଷ କରିବା ସହିତ ଡି ଜେ ସାଉଣ୍ଡ ବନ୍ଦ କରିବାକୁ ଆଲୋଚନା କରିଥିଲେ ।

ଦଶହରା ପୂର୍ବରୁ ସହର ର ସମସ୍ତ ରାସ୍ତା ପ୍ରଶସ୍ତ କରାଯିବା,ଡ୍ରେନ ମରାମତି ଓ ସ୍ଲାବ ପକାଯିବା,ପ୍ରତ୍ୟେକ ବିଦ୍ୟୁତ ଖୁଣ୍ଟ ରେ ଲାଇଟ୍ ଲଗାଯିବା,ଯାତ୍ରାରେ ଲକ୍ଷାଧିକ ଯାତ୍ରୀଙ୍କ ସମାଗମ କୁ ଦୃଷ୍ଟିରେ ରଖି ସମସ୍ତ ଶୌଚାଳୟ ଖୋଲାଯିବା ସହିତ ଅସ୍ଥାୟୀ ଶୌଚାଳୟ ମଧ୍ୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଚଳିତ ଅକ୍ଟୋବର ମାସ ୧୭ ତାରିଖ ଷଷ୍ଠୀ ପୂଜା ଠାରୁ ୨୨ ତାରିଖ ଭସାଣି ଯାତ୍ରା କୁ ଅତ୍ୟନ୍ତ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳିତ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ୨୨ ତାରିଖ ସନ୍ଧ୍ୟା ୭ ଘଟିକା ସୁଦ୍ଧା ରାବଣ ପୋଡ଼ି ଶେଷ କରିବାକୁ ଜୋର୍ ଦିଆଯାଇଥିଲା । ବଡ଼ହାଟ ଠାରୁ ଗୋଡ଼ି ପୋଖରୀ ଛକ ଦେଇ ନୂଆ ବଜାର କୁ ସବୁ ବଳଦ ଓ ଦୁର୍ଗା ମେଢ଼ ଆସିବାକୁ ନିଷ୍ପତି ହୋଇଥିଲା। ୨୩ ତାରିଖ ସକାଳ ୭ ଘଟିକା ସୁଦ୍ଧା ବଳଦ ଯାତ୍ରା ଓ ଦୁର୍ଗା ଭସାଣୀ ଶେଷ କରିବାକୁ ନିଷ୍ପତି ହୋଇଥିଲା ।

Leave a Reply

Your email address will not be published. Required fields are marked *