ଡକ୍ଟର ସୀମାଦ୍ରୀ ଶୁଭଦର୍ଶିନୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର,୦୬ / ୦୬ /୨୦୨୪ (ଓଡ଼ିଶା ସମାଚାର)-  ବରିଷ୍ଠ ସାମ୍ବାଦିକ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥିଙ୍କ ଏକମାତ୍ର କନ୍ୟା, ସାରସ୍ୱତ ପ୍ରତିଭାର ଅଧିକାରୀ, ତଥା ପ୍ରଥମ ଓଡ଼ିଆ ଭାରତୀୟ ପ୍ରଧାନମନ୍ତ୍ରୀ ଗବେଷଣା ଯୋଜନା ଜାତୀୟ ଚୟନ ପ୍ରତିଯୋଗିତାରେ ପ୍ରଥମ ହୋଇ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ବାଙ୍ଗାଲୋରରେ କାର୍ଯ୍ୟରତ ଡକ୍ଟର ସୀମାଦ୍ରୀଙ୍କୁ ତାଙ୍କର ଗବେଷଣା ତଥା ତାଙ୍କ ଶୁଭ ଜନ୍ମଦିବସ ଅବସରରେ ବାଙ୍ଗାଲୋରରେ ସମ୍ବର୍ଦ୍ଧିତ କରାଯାଇଛି। କର୍କଟ ରୋଗର କାରଣ ଓ ନିରାକରଣର ସହଜ ଉପାୟ ଏବଂ ନିଦାନ ଉପରେ ଦୀର୍ଘ 75 ମିନିଟ ର ପ୍ରସ୍ତୁତି ସହିତ ଦୃଢ ବକ୍ତବ୍ୟ ରଖିଥିଲେ ।

 ଏହି ଅବସରରେ ପିତା ପ୍ରଦ୍ୟୁମ୍ନ ଶତପଥି ଓ ମାତା ଓଡିଶାର ଲବ୍ଧପ୍ରତିଷ୍ଠିତା ଅଧ୍ୟାପିକା ଡ଼ ମାନସୀ ଷଡ଼ଙ୍ଗୀ ଉପସ୍ଥିତ ରହିବା ସହିତ ସମ୍ବର୍ଦ୍ଧିତ ହୋଇଥିଲେ । ଡକ୍ଟର ସୀମାଦ୍ରୀଙ୍କ ସଫଳତା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ସହିତ, ତାଙ୍କ ଦୃଢ ନିଷ୍ଠା, ଏକାଗ୍ରତା ଦାୟୀ ବୋଲି ଶ୍ରୀଯୁକ୍ତ ଶତପଥି ମତବ୍ୟକ୍ତ କରିଥିଲେ । ସମଗ୍ର ଓଡିଶାକୁ ଗୌରବାନ୍ୱିତ କରିବା ସହିତ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ତଥା ସମସ୍ତ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଗଣମାଧ୍ୟମକୁ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *