କେନ୍ଦ୍ରୀୟ ସରକାରୀ ପେନସନ ଭୋଗୀ ସଂଘ ଭୁବନେଶ୍ୱରର ଦ୍ୱିବାର୍ଷିକୀ ଅଧିବେଶନ

ଭୁବନେଶ୍ୱର,୨୬/୦୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରୀୟ ସରକାରୀ ପେନସନଭୋଗୀ ସଂଘ, ଭୁବନେଶ୍ୱରର ଦ୍ୱିବାର୍ଷିକୀ ଅଧିବେଶନ  ଭୁବନେଶ୍ୱରସ୍ଥିତ ରେଡ କ୍ରସ ଭାବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଖିଳ ଭାରତ କେନ୍ଦ୍ରୀୟ ସରକାରୀ ପେନସନ ଭୋଗୀ ସଂଘ, ଓଡିଶା, କଟକର କାର୍ଯ୍ୟକାରୀ ସଭାପତି ଶ୍ରୀ ନିର୍ମଳେନ୍ଦୁ ଗୁପ୍ତା ଓ ସାଧାରଣ ସମ୍ପଦକ ଶ୍ରୀ ଅଭିମନ୍ୟୁ ନାୟକ ଯଥାକ୍ରମେ ମୁଖ୍ୟଅତିଥି ଓ ସମ୍ମାନନୀୟ ଅତିଥିଭାବରେ ଓ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ  ଯୋଗ  ଦେଇଥିଲେ ।

ପେନସନ ଭୋଗୀଙ୍କର ବିଭିନ୍ନ ସମସ୍ୟା ଓ ପେନସନ ଭୋଗୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନ ମନୋଭାବ ଉପରେ ଅଧିବେସନରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଅତିଥିମାନେ ସମସ୍ତ  ପେନସନ ଭୋଗୀ ସଂଘ ମିଳିତ ଭାବେ କାର୍ଯ୍ୟପନ୍ଥା ଗ୍ରହଣ କରି ପେନସନ ଭୋଗୀଙ୍କର ବିଭିନ୍ନ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଆସନ୍ତା ଦୁଇବର୍ଷ ପାଇଁ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ପଦ୍ମଲାଭ ରଣସିଂହ ସଭାପତି, ଶ୍ରୀ ବିପିନ ବିହାରୀ ମହାନ୍ତି ସାଧାରଣ ସମ୍ପାଦକ, ଶ୍ରୀ ଅଶୋକ କୁମାର ରଥ କୋଷାଧ୍ୟକ୍ଷ , ଶ୍ରୀ ଦେବୀ ପ୍ରସାଦ ନାୟକ ପତ୍ରିକା ସମ୍ପାଦକ , ଶ୍ରୀ କୈବଲ୍ୟ ପ୍ରସାଦ ପରିଡା ହିସାବ ନିରୀକ୍ଷକ ଭାବରେ ନିର୍ବାଚିତ ହୋଇଥିଲେ । ଶ୍ରୀ ଅଶୋକ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *