ସମୀର ଟିଭିଏସ ପକ୍ଷରୁ ନେତାଜୀ ଜୟନ୍ତୀ

କେନ୍ଦ୍ରାପଡା,୨୩/୦୧/୨୦୨୬(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ସମୀର ଟିଭିଏସ ରେ ନେତାଜୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ନେତାଜୀଙ୍କ ଆଦର୍ଶ ଓ ତାଙ୍କର ବଳିଦାନ ଉପରେ ସମୀର ଟିଭିଏସର ନିର୍ଦେଶକ ସମୀର କୁମାର ଚାନ୍ଦ ସାରଗର୍ଭକ ଅଭିଭାଷଣ ପ୍ରଦାନ କରି ଉପସ୍ଥିତ ପିଲାମାନଙ୍କୁ ବୁଝାଇଥିଲେ ।

ଏଥିସହିତ ଗାଡି ଚଳାଇବା ବେଳେ ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ସମସ୍ତ ପିଲାମାନଙ୍କୁ ନିଶା ଦ୍ରବ୍ୟ ପରିତ୍ୟାଗ କରିବାକୁ ଶପଥପାଠ କରାଇଥିଲେ । ଅନୁଷ୍ଠାନ ପକ୍ଷରୁ ହୋଇଥିବା ରକ୍ତଦାନ ଶିବିରରେ ଶ୍ରୀ ଚାନ୍ଦ ସ୍ୱେଛାକୃତ ରକ୍ତଦାନ କରିବା ସହିତ ରକ୍ତଦାନ କରିଥିବା ଅନ୍ୟ ପିଲାମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀକାନ୍ତ ବେହେରା, କ୍ଷିତିଶ କୁମାର କର, ସୁବାଷ ସ୍ୱାଇଁ, ସୁଶାନ୍ତ କୁମାର ମହାନ୍ତିଙ୍କ ସହିତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *