କେନ୍ଦ୍ରାପଡ଼ା, ୦୩/୧୧/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଶିକ୍ଷା ବିଭାଗ ଅମଲା ସଂଘର ଏକ ଜିଲା ସ୍ତରୀୟ ବୈଠକ କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲାର ଶତାଧିକ ଅମଲା ଯୋଗଦେଇ ସେମାନଙ୍କର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ । ଏହିସବୁ ସମସ୍ୟାର ଆଶୁ ସମାଧାନ ପାଇଁ ଆସନ୍ତା ୮ତାରିଖରେ କେନ୍ଦ୍ରାପଡାର ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତିି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଅବିନାଶ ତ୍ରିପାଠୀ, ପ୍ରଭାତ କୁମାର ପରିଡା, ବିଧୁ ପ୍ରସାଦ ବାରିକ, ସଞ୍ଜୟ ନାୟକ, ପ୍ରଭାତ ମଲ୍ଲିକ, ଚିତରଞ୍ଜନ ଜେନା, ବିଭୁତି ବାରିକ, କିଶୋର ସାମଲ, ମନୋରଞ୍ଜନ ମିଶ୍ର ଓ ଶିଶିର ଦାସ ପ୍ରମୁଖ ଶତାଧିକ ଜିଲା ଶିକ୍ଷା ବିଭାଗର ଅମଲାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।