ସାମାଜିକ ସଂଗଠନ ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ପକ୍ଷରୁ ସେବାକାର୍ଯ୍ୟ ।

କଟକ,୨୩/୦୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା) ସାମାଜିକ ସଂଗଠନ ଓଡ଼ିଶା ରାଷ୍ଟ୍ରବାଦୀ ସଂଘ (ଓଆରଏସ) ପକ୍ଷରୁ ୪୨ ମୌଜା ବ୍ରହ୍ମପୁର ପଞ୍ଚାୟତ ଉପକଣ୍ଠ ଦୋଳ ମଣ୍ଡପ ଠାରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ଏହି ସାମାଜିକ ସେବା କାର୍ଯ୍ୟରେ ସଂଘ ସଭାପତି ଯୁବ ସଙ୍ଗଠକ ଇଂ.ଗିରିଜା ଶଙ୍କର ପତି,ଶ୍ରୀ ଯୁବରାଜ ପଣ୍ଡା,ସମାଜସେବୀ ପୀୟୂଷ ପରିଡ଼ା,କୃଷ୍ଣଚନ୍ଦ୍ର ବେହେରା,ବୈଜ୍ଞାନିକ ଲଲାଟ କିଶୋର ଚୌଧୁରୀ,ସଂଘ ରାଜ୍ୟ ସମ୍ପାଦକ ଶ୍ରୀ ଦେବୀପ୍ରସାଦ ପତି,କିସାନ ସଂଘ କଟକ ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ମହାନ୍ତି,ବିଭୁ ପ୍ରସାଦ ନାୟକ,ସାମ୍ବାଦିକ ଶ୍ରୀ ଦିପକ ଆଚର୍ଯ୍ୟ ଏବଂ ଅନ୍ୟାନ୍ୟ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *