କଟକ ସଦର, ୨୩/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ କିଶନନଗର ଥାନାରେ ମାତ୍ର ଏକବର୍ଷ ଏକମାସ ରହଣି ସମୟରେ ଜନସାଧାରଣ ଙ୍କ ଆସ୍ଥାଭାଜନ ହେବା ସହିତ ଆଇନ୍ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆଣିଥିବା ପୂର୍ବତନ ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଙ୍କୁ ଆଜି ଶୁକ୍ରବାର ଦିନ ଥାନା ଛାଡିଵା ସମୟରେ ଆଞ୍ଚଳିକ ସାମ୍ବାଦିକ ସଂଘ ଓ ବହୁ ବ୍ୟକ୍ତିବିଶେଷ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।

ସାମ୍ବାଦିକ ସଂଘ ପକ୍ଷରୁ ସାମ୍ୱାଦିକ ବିଷ୍ଣୁ ଚରଣ ବେହେରା,ସୟଦ୍ ସାଜିଦ୍ ଅଲ୍ଲୀ, ଚିତ୍ତରଞ୍ଜନ ବେହେରା,ସରାଫତ୍ ଅଲ୍ଲୀ, ଦେବେନ୍ଦ୍ର ସେଠୀ, ଭୈରବ ସେଠୀ, ରଶ୍ମି ରଞ୍ଜନ ମହାପାତ୍ର ପ୍ରମୁଖ ଦୂର୍ଗେଶ ନନ୍ଦିନୀ ଙ୍କୁ ପ୍ରଶଂସା ପତ୍ର, ଉପଢୌକନ ଓ ପୁଷ୍ପ ଗଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ସେହିପରି ପ୍ରଦୀପ୍ତ କୁମାର ଆଚାର୍ଯ୍ୟ, କୈଳାସ ଚନ୍ଦ୍ର ଦାଶ, ବିଳାସ ମଲ୍ଲିକ, ସୁରେଶ ଚନ୍ଦ୍ର ବିଷୋୟୀ, ଵିଜୟ ମଲ୍ଲିକ, କ୍ଷିତେନ୍ଦ୍ର ନାଥ ମିତ୍ର,ନିର୍ମଳ ଚେହେରା,ଗଗନ ମହାପାତ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଙ୍କ ସହିତ ଥାନା ତ୍ରିନାଥ ମହୋତ୍ସବ କମିଟି ଆବାହକ କମଳାକାନ୍ତ ନାୟକ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ବର୍ଦ୍ଧନା ମୋର ସବୁଦିନ ପାଇଁ ମନେ ରହିବ ବୋଲି ବିଦାୟୀ ଆଇଆଇସି ଦୂର୍ଗେଶ ନନ୍ଦିନୀ ଭାଵଵିହ୍ୱଳ ହୋଇ କହିଛନ୍ତି।

