ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ

କେନ୍ଦ୍ରାପଡା, ୨୨/୦୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରଞ୍ଚଳ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ+୨ ର ଅଧ୍ୟକ୍ଷା ଡ଼ ରାଜଲକ୍ଷ୍ମୀ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି ନବକୃଷ୍ଣ ଜେନା ଯୋଗ ଦେଇ ଦୁଇ ମହାବିଦ୍ୟାଳୟ ର ଏକତା ବଜାୟ ରଖି ଆଗକୁ କାର୍ଯ୍ୟ କରିଲେ ମହାବିଦ୍ୟାଳୟ ଅଗ୍ରଗତି କରିପାରିବ ବୋଲି ବକ୍ତବ୍ୟରେ କହିଥିଲେ ।

ମୁଖ୍ୟ ବକ୍ତା ଭାବେ ଓଡିଶା ରାଜ୍ୟ ସରକାର ଙ୍କର ଅବସର ପ୍ରାପ୍ତ ଆଞ୍ଚଳିକ ଶିକ୍ଷା ନିଦ୍ଦେଶକ ଶ୍ରୀଯୁକ୍ତ ରଞ୍ଜିତ କୁମାର ପ୍ରଧାନ ବକ୍ତବ୍ୟ ରେ କହିଥିଲେ ମୁଁ ସରକାରୀ ଅଧିକାରୀ ଥିଲା ବେଳେ ଏହି ମହାବିଦ୍ୟାଳୟ କୁ ଗ୍ରସ୍ତ କରିଥିଲି ।  ସେ ସମୟର ବିଭିନ୍ନ ସମସ୍ୟା କୁ ଅନୁଭବ କରିଥିଲେ ମଧ୍ୟ ଆଜିର ଉତ୍ସବକୁ ଦେଖିବା ପରେ ଅନୁଭବ କରୁଛି ପଦବୀ ବଡ ନୁହେଁ ।  ନିଜର କର୍ମ ବଡ ଠିକ୍ କର୍ମ କରିଲେ ଠିକ୍ ଫଳ ମିଳିବ ,ମାଠିଆ ଏବଂ ସୁରେଇ ର ସୁନ୍ଦର ଗଳ୍ପର ଉଦାହରଣ ଦେଇ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ ।

 ସମ୍ମାନୀତ ଅତିଥି ଭାବେ +୩ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀଧର ବେହେରା ଉପସ୍ଥିତ ହୋଇ ସେ ତାଙ୍କ ବକ୍ତବ୍ୟ ରେ କହିଥିଲେ କି +୨ ର ସମସ୍ତ ପୁରାତନ କର୍ମଚାରୀ ଙ୍କ ତ୍ୟାଗ ପାଇଁ +୩ ମହାବିଦ୍ୟାଳୟ ୨୫ବର୍ଷ ରେ ପଦାର୍ପଣ କରିଥିବାରୁ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ +୨ ଓ +୩ ର ମୁରବୀ ଭାବେ ଡ଼ ରାଜଲକ୍ଷ୍ମୀ ମହାନ୍ତିଙ୍କୁ ସ୍ବୀକାର କରିଥିଲେ। ଏହି ସଭାରେ ଅଧ୍ୟାପିକା ପୁଷ୍ପାଞ୍ଜଳି ମହାନ୍ତି ଓ ସୁକାନ୍ତି ଲେଙ୍କା ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ।ଉକ୍ତ ସଭାରେ ଅଧ୍ୟାପିକା ଶୁଭଶ୍ରୀ ପ୍ରିୟଦର୍ଶିନୀ ତରାଇ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ସୁଶ୍ରୀ ଗାର୍ଗୀ ଶର୍ମା ଲିଟେରାରୀ ଓ ସୁଶ୍ରୀ ସୋନାଲି ଭୂୟାଁ ଙ୍କୁ ଚମ୍ପିୟାନ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସଭାକୁ ଅଧ୍ୟାପକ ମନୋଜ ରାଉତ, ସତ୍ୟଜିତ ରାଉତ ରାୟ ,ଜିତେନ୍ଦ୍ର ବେହେରା , ନିବେଦିତା ବିଶ୍ବାଳ, ସରିତା ଦାସ, ଜ୍ୟୋତିର୍ମୟୀ ଦାଶ, ଗୀତାଞ୍ଜଳି କର, ପ୍ରତିଭାମୟୀ ଦାସ ପରିଚାଳନା କରିଥିଲେ। ପରିଶେଷରେ ଅଧ୍ୟାପିକା ଅନୁପମା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *