ବିଦ୍ୟୁତ ଶୋଷଣ ବିରୁଦ୍ଧରେ ଜାନୁଆରୀ ୨୨ରେ ଓଡ଼ିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ତରଫରୁ ଗଣ କନଭେନସନ୍

ଭୁବନେଶ୍ୱର,୧୯/୦୧/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟରେ ବିଦ୍ୟୁତ ବିତରଣ ଓ ବିଲ୍ ଆଦାୟ ଜନିତ ସମସ୍ୟାରେ ରାଜ୍ୟର ସାଧାରଣ ଜନତା ଜର୍ଜରିତ । ଉପଭୋକ୍ତାଠାରୁ ଅତ୍ୟଧିକ ବିଦ୍ୟୁତ ବିଲ୍ ଆଦାୟ, ସ୍ମାର୍ଟ ମିଟର ସଂଯୋଗ ସାଙ୍ଗକୁ ଅତିରିକ୍ତ ସିକୁ୍ୟରିଟି ଜମାରାଶି ଆଦାୟ ଭଳି ଟି.ପି.ସି.ଓ.ଡି.ଏଲ୍ ର ନିଷ୍ପତି ବିଦ୍ୟୁତ ଉପଭୋକ୍ତା ମାନଙ୍କ ଯନ୍ତ୍ରଣାକୁ ବହୁଗୁଣିତ କରିଛି ।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ନେଇ ଏକ ଗଣ କନଭେନସନ୍ ଆସନ୍ତା ଜାନୁଆରୀ ୨୨ ତାରିଖ ଦିବା ୧୦ ଘଟିକା ୩୦ମିନିଟ୍ ସମୟରେ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ବୋଲି ଆଜି ଓଡ଼ିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘର ଅଧ୍ୟକ୍ଷ ପଂଚାନନ କାନୁନଗୋ ପ୍ରକାଶ କରିଛନ୍ତି ।

ବିଦ୍ୟୁତ ଦର କମାଇବା, ସମସ୍ତ ଉପଭୋକ୍ତାଙ୍କୁ ମାସିକ ୩୦୦ ୟୁନିଟ୍ ବିଦ୍ୟୁତ ଛାଡ଼, ଚାଷ ଓ ଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଇବା, ସମସ୍ତ ମଧ୍ୟମ, କ୍ଷୁଦ୍ର ଓ ଗୃହ ଶିଳ୍ପକୁ ୫୦% ବିଦ୍ୟୁତ ଛାଡ଼, ପର୍ଯ୍ୟଟନ ଶିଳ୍ପ ସହିତ ସମ୍ପର୍କିତ ସମସ୍ତ ସଂସ୍ଥାରୁ ବିଦ୍ୟୁତ ଛାଡ, ସ୍ମାର୍ଟ ମିଟର ବସାଇବାକୁ ଇଚ୍ଛାଧୀନ କରାଇବା ତତ୍ ସହ ସ୍ୱତନ୍ତ୍ର ଅତିରିକ୍ତ ସୁରକ୍ଷା ଅର୍ଥ ଦାଖଲକୁ ବନ୍ଦ ପ୍ରଭୃତି ବିଷୟବସ୍ତୁକୁ ନେଇ ଆଲୋଚନା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଯୋଜନା ପ୍ରସ୍ତୁତ କରାଯିବ ।

Leave a Reply

Your email address will not be published. Required fields are marked *