ମୌସୁମୀର ଶିଶିର କବିତା ଆସର

କେନ୍ଦ୍ରାପଡ଼ା,୧୯/୦୧/୨୦୨୬(ଓଡ଼ିଶା ସମାଚାର)-ଜିଲାର ପ୍ରମୁଖ ସାହିତ୍ୟ ସଂଗଠନ ମୌସୁମୀ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ବିଶିଷ୍ଠ ଶିକ୍ଷାବିତ୍ ଓ ପରିଷଦର ସଭାପତି ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ଜନ୍ମୋତ୍ସବ ପାଳନ ସହ ଏକ ଭବ୍ୟ ଶିଶିର କବିତା ଆସର ଅନୁଷ୍ଠିତ ହେଇଯାଇଛି । ଏହି ଅବସରରେ ଜିଲାର ବିଭିନ୍ନ ସାହିତ୍ୟାନୁଷ୍ଠାନ,ଶିକ୍ଷାବିତ୍ ଓ ବୁଦ୍ଧିଜୀବି ମାନଙ୍କ ପକ୍ଷରୁ ଉପଢୌକନ ସହ ପୁଷ୍ପଗୁଚ୍ଛ ପ୍ରଦାନକରି ଶ୍ରୀ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଉପଲକ୍ଷେ ଆୟୋଜିତ ସଭାରେ ପରିଷଦର ସମ୍ପାଦକ ଡ. ଶ୍ରୀଧର ସାମଲ ସ୍ୱାଗତ ଭାଷଣ ଓ ଉଦେଶ୍ୟଜ୍ଞାପନ କରିଥିବା ବେଳେ ବିଶିଷ୍ଠ ସାହିତ୍ୟକାର ଡ଼ ବାସୁଦେବ ଦାସ, କବି ପ୍ରେମାନନ୍ଦ ଖଣ୍ଡୁଆଳ କବି ଭବାନୀ ମହାପାତ୍ର, କବି ବୃନ୍ଦାବନ ଦାସ, ଡ଼ ଗିରିଶ କୁମାର ପାତ୍ର, ଡ଼ ପ୍ରଭାକର ମଲ୍ଲିକ, ଡ଼ ପ୍ରମୋଦ ଦାସ, ଡ. ପ୍ରଦୀପ୍ତ କୁମାର ଦାଶ, ସାହିତ୍ୟ ସଂଗଠକ ସରୋଜ କୁମାର ମହାନ୍ତି, ଭୁବନ ମୋହନ ଜେନା, ମନ୍ମଥ କୁମାର ବରାଳ, ନିରଞ୍ଜନ ମେକାପ, ହେମନ୍ତ କୁମାର ଜେନା, ଶଶିକାନ୍ତ ଦାସ, ସଞ୍ଜୟ କୁମାର ମଲ୍ଲିକ, ଅମର ପ୍ରସାଦ ରାଉତ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଦ୍ୱିତୀୟ ଅଧିବେଶନରେ କବି ଶୈଳଜାଶଙ୍କର ସାମଲଙ୍କ ସଂଯୋଜନାରେ କବି ନାରାୟଣ ପତି, କବି ସ୍ୱପ୍ନାଂଶୁ ଦାସ, କବି ଅଜୟ କୁମାର ପାତ୍ର, କବି ରଞ୍ଜନ ବାଇ, କୃଷ୍ଣଚନ୍ଦ୍ର ମହାପାତ୍ର, କବି ମନୋରଞ୍ଜନ ତ୍ରିପାଠୀ, କବି ଅଶୋକ ସାହୁ, କବି ନିରୁପମା ଦାସ, କବି ଶ୍ରୀଧର ମହାନ୍ତି, କବି ଗୋଲାପ ରାଉତ ଆଦି ତିରିଶରୁ ଉଦ୍ଧ୍ୱର୍ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ । ମୌସୁମୀର ସହଯୋଗୀ ସମ୍ପାଦକ ତଥା କେମ୍ର ସଭାପତି ଅକ୍ଷୟ କୁମାର ପାଣି ସଭା ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଅଧ୍ୟାପକ ଶିଶିର କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *