ଵୟାଳିଶମୌଜା ଥାନା ଅଧିକାରୀ ଗିରିଶ ମହାରଣା ରାଜ୍ୟରେ ପ୍ରଥମ, ଶୁଭେଚ୍ଛା ର ସୁଅ 

କଟକ ସଦର,୧୦/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟରେ ଥାନା ୱ।ରି ହୋଇଥିବା ବିଭାଗୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନରେ କଟକ କମିଶନରେଟ ଵୟାଳିଶମୌଜା ଥାନା ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଜଣାପଡିଛି। ଥାନାରେ ମାମଲାର ତଦନ୍ତ ଶେଷ କରିବାଠାରୁ ଆରମ୍ଭ କରି ଅପରାଧ ନିୟନ୍ତ୍ରଣ ଓ ପୁଲିସ୍ ଅଧିକାରୀଙ୍କ ବ୍ୟବହାରକୁ ମାପଦଣ୍ଡ ରୁପରେ ନିଆଯାଇଥିଲା।

ଏହି ଆଧାରରେ ରାଜ୍ୟର ୬୧୨ ଟି ଥାନାରେ କାର୍ଯ୍ୟରତ ଅଧିକାରୀଙ୍କ ପ୍ରଦର୍ଶନୀ ତାଲିକା ପୋଲିସ ମୂଖ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇ ୨୦୨୫ ଜାନୁଆରୀ ୧ ରୁ ଜୁଲାଇ ୩୧ ଯାଏଁ ଅର୍ଥାତ୍ ଗତ ୭ ମାସର ମାମଲାର ତଦନ୍ତ ଶେଷ କରିବା ଠାରୁ ଅପରାଧୀ ଚିହ୍ନଟ,ଉତ୍ତମ ପ୍ରଦର୍ଶନ ଇତ୍ୟାଦି କୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ମୋଟ ୧୦୦ ନମ୍ବର ରୁ ୫ ଟି ବିଭାଗ ରେ ଏହି ନମ୍ବର ପ୍ରଦାନ କରାଯାଇଛି।

ଏହି ଆଧାରରେ ଦିଆଯାଇଥିବା ନମ୍ବର ବା ପ୍ରତିଶତରେ ପ୍ରଥମ ୧୦ ଟି ଥାନା ଵା ଥାନା ଅଧିକାରୀଙ୍କ ମଧ୍ୟରେ କଟକ କମିଶନରେଟ ଵୟାଳିଶମୌଜା ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ (ଆଇଆଇସି) ଗିରିଶ ଚନ୍ଦ୍ର ମହାରଣା ୮୮.୫୬ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହା ଜଣାପଡିବା ପରେ ଥାନା ଅଧିକାରୀ ଗିରିଶ ମହାରଣା ଙ୍କ ନିକଟକୁ ଅଭିନନ୍ଦନ ଓ ଶୁଭେଚ୍ଛା ର ସୁଅ ଛୁଟିଛି। ସେହିପରି କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ମାହାଙ୍ଗା ଥାନା ଅଧିକାରୀ ତପନ କୁମାର ରାଉତ ୮୫.୪୬ ପ୍ରତିଶତ ନମ୍ବର ରଖି ଚତୁର୍ଥ ସ୍ଥାନ ପାଇଥିଵା ଜଣାପଡିଛି।

Leave a Reply

Your email address will not be published. Required fields are marked *