ଓପନ ଷ୍ଟେଟ ଟାଏକୋଣ୍ଡୋ ଚାମ୍ପିଆନ୍ସିପ୍ ବ୍ରହ୍ମପୁରରେ କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସଫଳତା

 ଜୁନାଗଡ଼, ୧୯/୧୧/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ):ବ୍ରହ୍ମପୁର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଷ୍ଟେଟ ଓପନ୍‌ ଟାଏକୋଣ୍ଡୋ ଚାମ୍ପିଆନ୍ସିପ୍ ୨୦୨୪ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଚାମ୍ପିଆନ୍ସିପ୍ ରେ ଓଡ଼ିଶା ରାଜ୍ୟର ସବୁ ଜିଲ୍ଲାରୁ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ସେଠାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ସ୍ଥିତ କଳା ବିକାଶ କେନ୍ଦ୍ର ଏବଂ ଜୟପାଟଣା ସ୍ଥିତ ବ.ଷ୍ଟ୍ରଙ୍ଗ ର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ସଫଳତା ଆଣିଛନ୍ତି। ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ମୋଟ ୪୯ ଜଣ ପ୍ରତିଯୋଗୀ ସହ କଳା ବିକାଶ କେନ୍ଦ୍ର ର ୭ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି କଳା ବିକାଶ କେନ୍ଦ୍ର ର ଛାତ୍ରଛାତୀ ୧ ଟି ସ୍ଵର୍ଣ୍ଣ ୫ ରୌପ୍ୟ ୩  କାଂସ୍ୟ ପଦକ ହାସଲ କରିଛନ୍ତି ଏବଂ ବ.ଷ୍ଟ୍ରଙ୍ଗ ର ଛାତ୍ରଛାତୀ ୨ଟି ରୌପ୍ୟ ୩ଟି କାଂସ୍ୟ ପଦକ ହାସଲ କରିଛନ୍ତି । କଳା ବିକାଶ କେନ୍ଦ୍ର ର ପ୍ରତିଯୋଗୀ ମାନଙ୍କ ଭିତରେ ପୁରୁଷ ବିଭାଗ ରୁ ତନ୍ମୟ ଦେ,ଆୟାନ ପାଢ଼ୀ(ବ୍ରୋଞ୍ଚ୍ ପଦକ)ଜୟ ବିକାଶ କାଳେ, ଅଙ୍କିତ ପୁଞ୍ଜି,ଶୁଭକାନ୍ତ ସାହୁ(ସିଲଭର ପଦକ)ମହିଳା ବିଭାଗ ରେ ଦିବ୍ୟାଷ୍ରୀ ପଣ୍ଡିତ (ବ୍ରୋଞ୍ଚ୍ ପଦକ) ଓ ଅପର୍ଣା ଦଳେଇ (ଗୋଲ୍ଡ ଏବଂ ବ୍ରୋଞ୍ଚ୍ ପଦକ)ପାଇ ବିଜୟୀ ହୋଇଛନ୍ତି। ଏହି ସମସ୍ତ ବିଜେତା ଛାତ୍ରଛାତ୍ରୀଙ୍କୁ କଳା ବିକାଶ କେନ୍ଦ୍ରର ଅଭିଭାବକ ଓ ପରିଚାଳକ ମାନସ ରଞ୍ଜନ ସେଠିଙ୍କ ତରଫରୁ ଭବ୍ୟ ସ୍ବାଗତ୍ ଜଣେଇବା ସହ ଉତ୍ସାହିତ କରିଥିଲେ। ଆଗାମୀ ଭବିଷ୍ୟତ ରେ ଜାତୀୟ ସ୍ତରରେ ଅଂଶ ଗ୍ରହଣ କରିବା ପାଇଁ ବିଜେତା ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବ ବୋଲି କୋଚ୍ ବଲରାମ ଦୁର୍ଗା ଓ ସୁଶିଲ ସୁନାନୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *