ବିଭିନ୍ନ ଦାବି ପୂରଣ ନିମନ୍ତେ ସରକାରଙ୍କ ନିକଟରେ ଦାବି
ଭୁବନେଶ୍ୱର,୧୯/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡିଶା ଅମଲା ସଂଘର ୮୨ତମ ପ୍ରତିଷ୍ଠା ଦିବସ କୋରାପୁଟ ଜିଲ୍ଲା ଜୟପୁର ଠାରେ ପାଳିତ ହୋଇଛି । ଏହି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାର ସଭାପତି ଓ ସମ୍ପାଦକ ସହିତ ରାଜ୍ୟ ସଂଘର ନେତୃବୃନ୍ଦ ଉପସ୍ଥିତ ଥିଲେ । ସଂଘର ରାଜ୍ୟ ସଭାପତି ଶ୍ରୀ ଜ୍ଞାନ ରଞ୍ଜନ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ଅଧ୍ୟକ୍ଷ ଶ୍ରୀ ହୃଦୟ ବିହାରୀ ମହାପାତ୍ର, ମୁଖ୍ୟ ପରାମର୍ଶଦାତା ଶ୍ରୀ ନାରାୟଣ ଦାଶ, କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବେନ୍ଦ୍ର ନାଥ ପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ତରାସିଆ, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀନାରାୟଣ ସେଠୀ, ଜିଲ୍ଲା ସଭାପତି ଶ୍ରୀ ଶଶିଭୂଷଣ ଦାଶ, ଜିଲ୍ଲା ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇଥିଲେ ।
ଉକ୍ତ ସଭାରେ ରାଜ୍ୟ ସଂଘର ଅବସର ଗ୍ରହଣ କରିଥିବା ମୁଖ୍ୟ ପରାମର୍ଶଦାତା ଶ୍ରୀ ନାରାୟଣ ଦାଶ ଏବଂ କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବେନ୍ଦ୍ର ନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକ ସମସ୍ତ ଅମଲା ମାନଙ୍କୁ ଜଣାଇଥିଲେ ଯେ ୨୦୧୭ ମସିହାରୁ ମୁଖ୍ୟ ଦାଵି କନିଷ୍ଠ ସହାୟକ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପୁଟର ଜ୍ଞାନ ଅନୁଯାଇ ଦରମା ଲେଭଲ-୯ ଅନୁସାରେ ପ୍ରଦାନ ସହିତ ନୋସନାଲ୍ ବେନିଫିଟ୍, ପ୍ରତ୍ୟେକ ଚାରିବର୍ଷ ରେ ପ୍ରମୋସନ ପ୍ରଦାନ କରିବା, ପ୍ରଥମ ଓ ଦ୍ଵିତୀୟ ସ୍ତର ଅଧିକାରୀଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷିତ ରଖାଯାଇ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ବିଭାଗର ଅମଲା ମାନଙ୍କ ପ୍ରମୋସନ ନିମନ୍ତେ ରଖିବାକୁ ଦାବି ହୋଇଥିଲା ।
ନିକଟରେ ରାଜସ୍ୱ ବିଭାଗର ଓଡିଶା ରାଜସ୍ବ ସେବା ପ୍ରମୋସନ କ୍ଷେତ୍ରରେ ୩୦ ପ୍ରତିଶତ ରାଜସ୍ୱ କର୍ମଚାରୀ ମାନେ ପାଇବେ କିନ୍ତୁ ଅନ୍ୟ ମାନଙ୍କ ପାଇଁ ୧୦% ଏବଂ ଦରମା ୪୨୦୦ ଗ୍ରେଡ଼ ପେ କିମ୍ବା ଉର୍ଦ୍ଧ ହେବା ପରେ ୬ ବର୍ଷ ପରେ ୫୦ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ ଯଦ୍ୱାରା ଓଡିଶା ରାଜସ୍ବ ସେବା ପୋଷ୍ଟ ପାଇଁ ଦରଖାସ୍ତ ପାଇପାରିବେ ଯାହା ଦ୍ୱାରା କୌଣସି ଜିଲ୍ଲା ଅମଲା ଉପକୃତ ହୋଇପାରିବେ ନାହିଁ, କିନ୍ତୁ ଟେକ୍ନିକାଲ ପୋଷ୍ଟ ରାଜସ୍ବ ନିରୀକ୍ଷକ ଏବଂ ରାଜସ୍ବ ପରିଦର୍ଶକ ମାନେ ପାଇପାରିବେ କିନ୍ତୁ ପ୍ରଶାସନରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ସମସ୍ତ ବିଭାଗର ଅଧିକାଂଶ ଅମଲା ଏଥିରୁ ବଞ୍ଚିତ ହେବେ । ଏଣୁ ଓଡିଶା ଅମଲା ସଂଘର ଦାବି କନିଷ୍ଠ ସହାୟକ ପଦବୀ ପରିବର୍ତ୍ତନ କରାଯାଇ ଏଏସଓ କିମ୍ବା ଜୁନିଅର ମିନିଷ୍ଟରିଆଲ୍ ଅଫିସର ଓ ସିନିଅର ମିନିଷ୍ଟରିଆଲ୍ ଅଫିସର କରାଯାଉ ଦରମା ଆରମ୍ଭରୁ ଲେବୁଲ୍ ୯ ପ୍ରଦାନ ସହିତ ନୋସନାଲ୍ ବେନିଫିଟ୍ ପ୍ରଦାନ ଏବଂ ୪ ବର୍ଷରେ ପ୍ରମୋସନ ପ୍ରଦାନ କରାଯାଉ ।
ଇତି ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସଂଘ ବାରମ୍ବାର ଲିଖିତ ଭାବରେ ଜଣାଇବା ପରେ ବି ଏକ ବର୍ଷ ସମ୍ପୂର୍ଣ୍ଣ ଶେଷ ହୋଇଥିଲେ ମଧ୍ୟ ଦାବି ପୂରଣ କରାଗଲା ନାହିଁ ଏବଂ ସରକାରଙ୍କ ପ୍ରତିଶୃତି ଅନୁଯାଇ ଓଡିଶା ଅମଲା ସଂଘ ପୂର୍ବ ନିର୍ଦ୍ଧାରିତ ଆନ୍ଦୋଳନ ରୁ ଓହରି ଯାଇଥିଲା । ରାଜ୍ୟ ବିଜେପି ସମ୍ମାନୀୟ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କୁ ରାଜ୍ୟ ସଂଘ ଭେଟି ଓଡିଶା ଅମଲା ସଂଘର ଦାଵି ନିଶ୍ଚୟ ପୂରଣ କରାଯିବା ନିମନ୍ତେ ବିଚାର କରାଯିବ ବୋଲି କହିଛନ୍ତି। ଆମେମାନେ ଆଶାବାଦୀ ଡବଲ ଇଂଜିନ୍ ସରକାର ଆମ ସରକାର ନିଶ୍ଚିତ ଅଳ୍ପ ଦିନରେ ପୂରଣ କରିବେ ନଚେତ୍ ଆନ୍ଦୋଳନର ରାସ୍ତା ଅପଣାଇବାକୁ ବାଧ୍ୟ ହେବୁ ବୋଲି ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ଅଧ୍ୟକ୍ଷ କହିଥିଲେ ସମସ୍ତଙ୍କୁ ଏକାଠି ହୋଇ ଲଢିବାକୁ ପଡ଼ିବ । ସଂଗଠନ ସମ୍ପାଦକ ଶ୍ରୀ ଅରୁଣ କୁମାର ବଳୀଆର୍ ସିଂ କହିଥିଲେ ୩୦ ଜିଲ୍ଲାରେ ବୈଠକ ଅନୁଷ୍ଠିତ କରାଯାଉ ଅଳ୍ପ ଦିନରେ ଆମ ଦାଵି ଲେଭଲ ୯ କରାଗଲେ ସରକାରଙ୍କୁ ଭୁବନେଶ୍ବର ଯାଇ ଧନ୍ୟବାଦ୍ ପ୍ରଦାନ କରାଯିବ ଏହା କରାନଯାଏ ତେବେ ସଙ୍ଗଠିତ ହୋଇ ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଛନ୍ତି ।
