ଭୁବନେଶ୍ୱର,୨୨/୧୧/୨୦୨୩ (ଓଡ଼ିଶା ସମାଚାର)-ଆମେରିକାର ଆରିଜନା ରାଜ୍ୟର ଫୋନିକ୍ସ ସହରରେ ଡିସକଭରୀ ଇଣ୍ଡିଆ ମହୋତ୍ସବ-୨୦୨୩ ଭାରତର ବିଭିନ୍ନ ରାଜ୍ୟର ପ୍ରବାସୀ ଭାରତୀୟମାନେ ଏହି ମହୋତ୍ସବରେ ଯୋଗଦାନ କରି ନିଜ ନିଜ ରାଜ୍ୟର ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଏଥିରେ ଓଡ଼ିଶା ରାଜ୍ୟରୁ ପ୍ରତିନିଧି କରିଥିଲେ ଉତମ ବେହେରା । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସ୍ମରିତା ଦଳାଇ, ମୋନାଲିସା ଗଡ଼ନାୟକ, ତନୁଶ୍ରୀ ସ୍ୱାଇଁ, ତୃପ୍ତି ସାମନ୍ତରାୟ ଓ ମିନାକ୍ଷୀ ବେହେରା ସମ୍ବଲପୁରୀ ନାଚରେ ନିଜ ନିଜର ପାରଦର୍ଶିତା ପ୍ରଦର୍ଶନ କରିି ଉଚ୍ଚ ପ୍ରଶଂସିତ ହୋଇଥିଲେ ।