ଗଣମାଧ୍ୟମ ହିଁ ସମାଜର ଜାଗ୍ରତ ପ୍ରହରୀ
ଆଠଗଡ,୧୪/୦୧/୨୦୨୬ (ଓଡ଼ିଶା ସମାଚାର)- ଗଣମାଧ୍ୟମ ହିଁ ସମାଜର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିଥାଏ ବୋଲି ଆଠଗଡରୁ ପ୍ରକାଶିତ ସାପ୍ତାହିକ ଖବର କାଗଜ “ଆଠଗଡ ପହାରୀ” ତାର ୨୫ ତମ ସ୍ୱ-ନକ୍ଷତ୍ର ଦିବସ ପାଳନ ଅବସରରେ ଅତିଥି ମାନେ ପ୍ରକାଶ କରିଥିଲେ । ପ୍ରହରୀର ମୁଖ୍ୟ ସଂପାଦିକା ନଳିନୀପ୍ରଭା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ସ୍ଥାନିୟ ମହାବୀର ପ୍ଳାଜାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଅଭିବକ୍ତା ପ୍ରଶାନ୍ତ ପଟ୍ଟନାୟକ ଯୋଗଦେଇ ସମାଜ ସଂସ୍କାର ଦିଗରେ ଗଣମାଧ୍ୟମ ତଥା ଆଠଗଡ ପ୍ରହରୀର ଭୁମିକା ସର୍ବଦା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ ।
ଏହାସହିସତ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡା ସାରଦାନନ୍ଦ ଦାଶ ଯୋଗଦେଇ ସାହିତ୍ୟରେ ଆମ ରାଜ୍ୟରେ ହେଉଥିବା ଅବନତି ସମ୍ବଦ୍ଧରେ ବିସ୍ତୃତ ଆଲୋଚନା ମାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ରଞ୍ଜନ ମହାପାତ୍ର ଯୋଗଦେଇ ଆଠଗଡ ଅଂଚଳ ପାଇଁ ପ୍ରହରୀର ଭୁମିକା ଉପରେ ବିଶେଷ ଆଲୋକପାତ କରିଥିଲେ । ଅଧ୍ୟାପକ ଦିନେଶ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସଂପାଦିକା ବବିତା ଦାସ ବିବରିଣୀ ପାଠ କରିଥିଲେ । ପ୍ରାରମ୍ଭରେ ପ୍ରହରୀର ପ୍ରତିଷ୍ଠାତା ସ୍ୱର୍ଗତ ନାରାୟଣ ଦାସଙ୍କ ପାଇଁ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରେ କବୟତ୍ରୀ ସବିତା ମଞ୍ଜରୀ ବୋଇ ଏବଂ କବି ପ୍ରଦ୍ୟୁମ୍ନ ଦାଶ ସ୍ୱ ରଚିତ କବିତା ଆବୃତ୍ତି କରିଥିଲେ । ପହରୀର ମୁଖ୍ୟ ପରିଚାଳକ ଶୈଳେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।
