ଭୁବନେଶ୍ୱର,୧୪/୦୧/୨୦୨୬(ଓଡ଼ିଶା ସମାଚାର)- ଚିନ୍ତା ବଢ଼ାଇଛି ସ୍କୁଲରେ ଜଣ୍ଡିସ । ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲାରେ ଚିହ୍ନଟ ହେଉଛନ୍ତି ଜଣ୍ଡିସ ରୋଗୀ । ବିଶେଷ କରି ସ୍କୁଲର ଛାତ୍ରଛାତ୍ରୀମାନେ ଏଥିରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ତେଣୁ ଏହାର ନିରାକରଣ ପାଇଁ ସମସ୍ତ ଡିଇଓଙ୍କୁ ସତର୍କ ରହିବ ପାଇଁ ନିର୍ଦେଶ ଦିଆଯିବ । ଆବଶ୍ୟକ ପଡ଼ିଲେ ସ୍ୱାସ୍ଥ୍ୟ ବିଭାଗର ସହଯୋଗ ନିଆଯିବ ବୋଲି ି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ସୂଚନା ଦେଇଛନ୍ତି । ଅପରପକ୍ଷେ ଆବଶ୍ୟକ ପଡିଲେ ରକ୍ତ ପରୀକ୍ଷା ହେବ, ବାକି ପ୍ରୋଟୋକଲ୍ ଅନୁସାରେ କାମ ହେଉଛି, କ୍ଲଷ୍ଟର ପରି ଜଣ୍ଡିସ ହୋଇନାହିଁ ବୋଲି କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦେଶକ ।
କିଛି ଦିନ ପୂର୍ବରୁ ଖୋର୍ଦ୍ଧାର ନବୋଦୟ ବିଦ୍ୟାଳୟରେ ୪୦ରୁ ଅଧିକ ଛାତ୍ରଛାତ୍ରୀ ଜଣ୍ଡିସ ଆକ୍ରାନ୍ତ ହୋଇଥିବା ସାମ୍ନାକୁ ଆସିଥିଲା । ଏହା ପରେି ପୁଣି ଏକ ରିପୋର୍ଟରୁ ଜଣାଯାଇଛି, ଢେଙ୍କାନାଳ ଆଦର୍ଶ ସ୍କୁଲର କେତେକଙ୍କୁ ଜଣ୍ଡିସ ହୋଇଥିବା ଜଣାଯାଇଛି । ସ୍କୁଲରେ ଜଣ୍ଡିସ ବ୍ୟାପୁଥିବାରୁ ସରକାରଙ୍କ ଚିନ୍ତା ବଢ଼ି ଯାଇଛି । ସ୍କୁଲରେ ଜଣ୍ଡିସ ନିରାକରଣ ପାଇଁ ସବୁ ଜିଲାର ଡିଇଓ ମାନଙ୍କୁ ସତର୍କ ରହିବା ପାଇଁ ନର୍ିଦେଶ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ସେ କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ସ୍ୱାସ୍ଥ୍ୟ ବିଭାଗର ସହଯୋଗ ନେବୁ ।
ସ୍କୁଲରେ ଜଣ୍ଡିସ ବ୍ୟାପିବା ଚିନ୍ତାର ବିଷୟ । ଏହାର ନିରାକରଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବା ପାଇଁ ସରକାର ଚିନ୍ତା କରୁଛନ୍ତି । ତାର କାରଣ ଜାଣିବା ଆବଶ୍ୟକତା ରହିଛି । ଗନ୍ଦିଆ ବ୍ଲକରେ ଦୁଇ ଜଣ ପିଲା ଜଣ୍ଡିସରେ ଆକ୍ରାନ୍ତ ଅଛନ୍ତି । ତାଙ୍କର ଚିକିତ୍ସା କରାଯାଉଛି । ଏହା ହେଉଛି ପିଲାଙ୍କ ସମସ୍ୟା । ଆମେ ଗୁରୁତର ସହ ନେଉଛୁ । ଜଣ୍ଡିସର କାରଣ ଜାଣିବା ପରେ ସେଠାରେ ଆକ୍ୱାଗାର୍ଡ ଲାଗିବ । ସ୍କୁଲରେ କେଉଁଥିପାଇଁ ବ୍ୟାପୁଛି କଣ ଆବଶ୍ୟକତା ଅଛି ତାକୁ ଦେଖିବୁ ବୋଲି ମନ୍ତ୍ରୀ କହିଛନ୍ତି ।
