ଯାଜପୁର ୧୨/୦୧/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ସ୍ଵାମୀ ବିବେକାନନ୍ଦ ଙ୍କ ସ୍ଵନକ୍ଷତ୍ର ରାଷ୍ଟ୍ରିୟ ଦିବସ ଉପଲକ୍ଷେ ନିଶା ମୁକ୍ତ ଭାରତ ଗଠନର ସନ୍ଦେଶ ବହନ କରି ଜିଲ୍ଲା ଦୌରାଜଜ୍ ସବୁଜ ପତାକା ପ୍ରଦର୍ଶନ ପରେ ବିଚାରାଳୟ ପରିସରରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।
ଏଥିରେ ଜିଲ୍ଲାର ସମସ୍ତ ଆଇନ ଅଧିକାରୀ ଯଥାକ୍ରମେ ଅଭିଜିତ୍ ପଲେଇ ଅତିରିକ୍ତ ଦୌରାଜଜ୍ ତଥା ସ୍ଵତନ୍ତ୍ର ପକସୋ ଜଜ୍ ,ବିଶ୍ଵେଶ୍ଵର ବିଶ୍ଵପ୍ରକାଶ ରାୟ ଅତିରିକ୍ତ ଦୌରାଜଜ୍,ସତ୍ୟପ୍ରକାଶ ରାୟ ଚୌଧୁରୀ ବରିଷ୍ଠ ଦେଓ୍ଵାନୀ ବିଚାରପତି,ଶ୍ରୀମତୀ ନେହା ଅଗ୍ରଓ୍ବାଲ୍ ଅତିରିକ୍ତ ଦେଓ୍ଵାନୀ ବିଚାରପତି ,ଲୋପାମୁଦ୍ରା ବେହେରା ବରିଷ୍ଠ ସିଭିଲ୍ ଜଜ୍ ଏଲ୍ଆର ଆଣ୍ଡ ଏଲଟିସି ଓ ସୁନୀତା ବିଶ୍ଵାଳ ସିଭିଲ୍ ଜଜ୍ ପ୍ରମୁଖ ଏଥିରେ ଅଂଶ ଗ୍ରହଣ କରିଥିଲେ ।
ପ୍ରାଧିକରଣର କର୍ମଚାରୀମାନେ ଶୋଭାଯାତ୍ରା ଆୟୋଜନରେ ସହଯୋଗ କରିଥିବାବେଳେ ବିଚାରାଳୟ ଗୁଡ଼ିକର ସମସ୍ତ କର୍ମଚାରୀ ବୃନ୍ଦ ହାତରେ ସଚେତନତା ବାର୍ତ୍ତା ଲେଖାଥିବା ପ୍ଲାକାର୍ଡ ଓ ବ୍ୟାନର ଧରି ଶୋଭାଯାତ୍ରାରେ ଯୋଗ ଦେଇଥିଲେ ।ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଶୁଭେଚ୍ଛୁ ଜନସାଧାରଣ ଶୋଭାଯାତ୍ରା ପ୍ରତି ଆକର୍ଷିତ ହୋଇଥିବା ଦୃଷ୍ଟିଗୋଚର ହୋଇଥିଲା ।
