ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ  ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଶର୍ମା ଙ୍କ  ଜଗତସିଂହପୁର ଜିଲ୍ଲା ଗସ୍ତ ଓ ଜିଲ୍ଲା ର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ

ଜଗତସିଂହପୁର,୦୨/୧୦/୨୦୨୬(ଓଡ଼ିଶା ସମାଚାର)- ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ  ପ୍ରମୁଖ ଶାସନ ସଚିବ ,ଚେୟାରମ୍ୟାନ ,ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚରଣ ନିଗମ ଲିମିଟେଡ୍  ତଥା ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ଭାସ୍କର ଶର୍ମା ଗତକାଲି ଠାରୁ ଦୁଇ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ଆଜି ଅପରାହ୍ନରେ  ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲା ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଥିଲେ।  ପ୍ରଥମେ ଜିଲ୍ଲା ରେ ସ୍ବାସ୍ଥ୍ୟ ବିଭାଗ ର କାର୍ଯ୍ୟକାରିତା ସହ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନା ଓ ବାୟୋବନ୍ଦନା କାର୍ଡ ର ବଣ୍ଟନ ବିଷୟ ରେ ଆଲୋଚନା କରିବା ସହ ସ୍ବାସ୍ଥ୍ୟ ସେବା ର ବିଭିନ୍ନ ଦିଗରେ ଆଲୋଚନା କରିଥିଲେ। ଏହାପରେ ବିକଶିତ ଗାଁ ବିକଶିତ ଓଡ଼ିଶା, ଭି ବୀ ଜି ରାମ ଜି, ଅଙ୍ଗନୱାଡ଼ି କେନ୍ଦ୍ର,ଅନ୍ତ୍ୟୋଦୟ ଗୃହ ଯୋଜନା, ଓଡ଼ିଶା ଜୀବିକା ମିଶନ, ହର ଘର ଜଳ, ଓଲ୍ଡ ଏଜ୍ ପେନସନ, କୃଷି ଓ କୃଷକ ସଶକ୍ତିକରଣ ଆଦି ବିଭିନ୍ନ ଯୋଜନା ସମ୍ପର୍କରେ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇବା, ଅମୃତ ମିଶନ, ପାନୀୟ ଜଳ ଯୋଗାଣ ସମସ୍ୟା ଓ ନିରାକରଣ,  ଉପରେ ବିଷଦ ଆଲୋଚନା ହୋଇଥିଲା। ଶିକ୍ଷା କ୍ଷେତ୍ର ରେ ଜଗତସିଂହପୁର ଜିଲ୍ଲା ର ଉତ୍ତମ ପ୍ରଦର୍ଶନ ଓ ଜିଲ୍ଲାରେ ୫୦ ରୁ କମ ବିଦ୍ୟାର୍ଥୀ ଥିବା ବିଦ୍ୟାଳୟ କୁ ଚିହ୍ନଟ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜିଲ୍ଲା ର ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଙ୍କୁ ଅବଗତ କରାଇବା ସହ ଉନ୍ନତିମୂଳକ କାର୍ଯ୍ୟ ର ରୂପରେଖ କହିଥିଲେ। ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ନୂତନ ପଦକ୍ଷେପ ଗ୍ରହଣ ସହ ସରକାର ଙ୍କ ଯୋଜନା କୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବାକୁ ପ୍ରମୁଖ ସଚିବ ଜିଲ୍ଲାପାଳ ଙ୍କୁ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା, ଡି ଏଫ୍ ଓ ରାଜନଗର ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷତ୍ରିୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ଗତକାଲି ପାରାଦ୍ଵୀପ ଗସ୍ତ କରି ବିଭିନ୍ନ ଶିଳ୍ପ ଅନୁଷ୍ଠାନ ପରିଦର୍ଶନ ଓ କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ଏଥିସହିତ ଭୂତମୁଣ୍ଡାଇ ଟ୍ରକ ଟର୍ମିନାଲ ପରିଦର୍ଶନ କରି ଏହାର କାର୍ଯ୍ୟକାରିତା ସମ୍ପର୍କ ରେ ବିଭଗୀୟ ଅଧିକାରୀ ଙ୍କୁ ପଚାରି ବୁଝିଥିଲେ। ପାରାଦ୍ଵୀପ ଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଵିଭାଗ ଅନ୍ତର୍ଗତ ପାରେଶ୍ୱର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସେଠାକାର ଶିକ୍ଷକ  ଛାତ୍ରୀ ଅନୁପାତ, ଅନ୍ତେବାସୀ ମାନଙ୍କ ଅତ୍ୟାବଶ୍ୟକ ସୁବିଧା ଆଦି ବିଷୟରେ ଆଲୋଚନା କରିଥିଲେ ଓ ପାରାଦ୍ଵୀପ ସି ଏଚ ସି ପରିଦର୍ଶନ କରି ସ୍ବାସ୍ଥ୍ଯ ବିଭାଗ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ।ର୍ଆଜି ପୂର୍ବାହ୍ନ ରେ ତିର୍ତ୍ତୋଲ ବ୍ଲକ୍ ର ମଣିଜଙ୍ଗା ମେଗା ପାଇପ୍ ୱାଟର ପ୍ରୋଜେକ୍ଟ ପରିଦର୍ଶନ ସହ ଏହାର କାର୍ଯ୍ୟକାରିତା ସମ୍ବନ୍ଧୀୟ ରିପୋର୍ଟ ସମୀକ୍ଷା କରିଥିଲେ।

ଏଥିସହିତ OPTCL ଦ୍ଵାରା କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଜିଲ୍ଲା ର ପ୍ରଥମ ୪୦୦ kv GIS Sub station ପରିଦର୍ଶନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି sub-station କାର୍ଯ୍ୟକ୍ଷମ ହେଲେ ୧୦୦୦ ମେଗାୱାଟ ପର୍ଯ୍ୟନ୍ତ ଲୋଡ୍ ଦେବାସହ ୨୪ ଘଣ୍ଟା ପାୱାର ସପ୍ଲାଏ, ନିଯୁକ୍ତି ସୁଯୋଗ, ସ୍ମଲ୍ scale industry development, socio economic region development ଭଳି ନୂତନ ସଂଭାବନା ସୃଷ୍ଟି କରିବ ବୋଲି DGM OPTCL ସୂଚନା ଦେଇଛନ୍ତି।ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ  ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ, ଓ ବିଭଗୀୟ ଅଧିକାରୀ ପ୍ରମୁଖ କ୍ଷେତ୍ର ପରିଦର୍ଶନ ସମୟରେ ଉପସ୍ଥିତ ରହି ସଚିବ ଙ୍କୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ବିବରଣୀ ଦେଇଥିଲେ ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *