ଲକ୍ଷ୍ମୀପୁର,୨୫/୦୧/୨୦୨୪ (ଓଡ଼ିଶାସମାଚାର/ପ୍ରମୋଦ କୁମାର ଜେନା)- ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀ ଗିରିଜା କୁମାର ଚୌଧୁରୀ ଏବଂ ଯୁକ୍ତ ତିନି ଅଧ୍ୟକ୍ଷ ଶ୍ରୀ ବିଜୁ ମୁଦୁଲିଙ୍କ ତତ୍ତ୍ଵାବଧାନରେ ଜାତୀୟ ମତଦାନ ଦିବସ ପାଳିତ ହୋଇ ଯାଇଛି। ପ୍ରାରମ୍ଭିକ ଭାଷଣରେ ଯୁକ୍ତ ଦୁଇ ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀ ଗିରିଜା କୁମାର ଚୌଧୁରୀ ଭୋଟ ଓ ମତଦାନର ମହତ୍ବ ଏବଂ ଏହା କାହିଁକି ଗୁରୁତ୍ଵପୂର୍ଣ୍ଣ ବୁଝାଇ ଥିଲେ। ମୂଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ଗୁରେଶର ଭୋଇ ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜର ମତଦାନ ଉଚିତ ଓ ଯୋଗ୍ୟ ବ୍ୟକ୍ତିଙ୍କୁ ଦେଲେ ହି ଦେଶର ପ୍ରକୃତ ବିକାଶ ହୋଇପାରିବ ବୋଲି କହିଥିଲେ। ସେହିପରି ଯୁକ୍ତ ତିନି ଅଧ୍ୟକ୍ଷ ଶ୍ରୀ ବିଜୁ ମୁଦୁଲି ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଗଣତନ୍ତ୍ରର ଭୂମିକା ଓ ଦେଶର ବିକାଶ ପାଇଁ କେତେ ମହତ୍ବପୂର୍ଣ୍ଣ ଜଣାଇଥିଲେ। ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ଅଧିକାରୀ ସୁରେନ୍ଦ୍ର କୁମାର ବେହେରା ଓ ରାଜନୀତି ଅଧ୍ୟାପକ ଲାଲୁ ହରିଜନ ମତଦାନ
ଅଧିକାର ଠିକ ସେ ସାବ୍ୟସ୍ତ କରିବାକୁ ପ୍ରବର୍ତାଇ ଥିଲେ। ଶେଷରେ ବରିଷ୍ଠ ଅର୍ଥନୀତି ଅଧ୍ୟାପକ ଜଗନ୍ନାଥ ରଥ ମତଦାନ କରିବାକୁ ଶପଥପାଠ କରାଇଥିଲେ।ଏହି ଅବସରରେ ଅଧ୍ୟାପିକା ବୈଶାଖୀ ଦୀପ୍,ଜୟଶ୍ରୀ ପଟ୍ଟନାୟକ,ମଧୁସ୍ମିତା ବିଶ୍ଵାଳ,ସନ୍ତୋଷିନୀ ଦାସ,ମୌତୁସୀ ପ୍ରଧାନ, ତିଳୋତ୍ତମା ପଟ୍ଟନାୟକ ଓ ମହିମା ରାଣୀ ରାଜୁ ଏବଂ ଅଧ୍ୟାପକ ତାରେଣୀ ପ୍ରସାଦ ଶତପଥୀ,ଯଶୋବନ୍ତ ଗରଡା, ଶୀତଳ ପ୍ରସାଦ ଦାସ,ଦୁର୍ୟ୍ୟାଧନ ସାହୁ,ପବିତ୍ର ମଣ୍ଡଳ,ଲାଲୁ ହରିଜନ,କାହ୍ନୁ ଚରଣ ବିଶୋୟୀ,ଲକ୍ଷ୍ମୀକାନ୍ତ ଟାକ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହି ସଭାକୁ ପ୍ରାଧ୍ୟାପକ ଶ୍ରୀ ଗିରିଜା କୁମାର ଚୌଧୁରୀ ପରିଚାଳନା କରିଥିଲେ ଏବଂ ଶେଷରେ ଅଧ୍ୟାପକ ଯଶୋବନ୍ତ ଗରଡା ଧନ୍ୟବାଦ ଅର୍ପଣ କରିଥିଲେ।
୧୪ତମ ଜାତୀୟ ମତଦାନ ଦିବସ ପାଳିତ
