ଭାପୁର ୨୨/୧୨/୨୦୨୫ (ଓଡ଼ିଶା ସମାଚାର /ଗିତିକାନ୍ତ ପଣ୍ଡା )- ଭାପୁର ବ୍ଲକ ଅନ୍ତର୍ଗତ ଫତେଗଡ଼ ନାଲିସାଗର ଖେଳପଡିଆରେ ଚାଲିଥିବା ୧୬ ତମ ସର୍ବଭାରତୀୟ ସଦାଶିବ ସ୍ମାରକୀ କ୍ରିକେଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି। ଟିସିସି ଭୁବନେଶ୍ୱର (ତମାଣ୍ଡୋ) ସହ ସାଇ ଇଲେଭେନ ଭୁବନେଶ୍ୱର ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସାଇ ଇଲେଭେନ ଟସ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୫୩ ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଟିସିସି ତମାଣ୍ଡ ୧୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୮ ରନ କରି ରନସ ଅପ ହୋଇଥିଲା।
ଭୁବନେଶ୍ୱର ସାଇ ଇଲେଭେନ ୧୧୫ରନ ବ୍ୟବଧାନରେ ବିଜୟ ଲାଭ କରି ଚାମ୍ପିଅନ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଳି ଆଦିତ୍ୟ ରାଉତ ଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଓ ମ୍ୟାନ ଅଫ ଦ ସିରିଜ ଘୋଷଣା କରାଯାଇ ସ୍ଵତନ୍ତ୍ର ଟ୍ରଫି ପ୍ରଦାନ କରାଯାଇଥିଲା ଏହି ଖେଳ ପରିଚାଳନା କରିଥିଲେ ଓସିଏ ଅମ୍ପାୟାର ଦୁର୍ଗା ପ୍ରସାଦ ପଟ୍ଟନାୟକ ଏବଂ ଆଶୁତୋଷ ପାଣି। ଏଥିସହ ସ୍କୋରର ଦାୟିତ୍ଵ ତୁଲାଇଥିଲ ପବିତ୍ର କୁମାର ସାହୁ , ବିଭୁତି ଭୂଷଣ ସାହୁ, ଇତି ପ୍ରକାଶ ସେନାପତି ଓ ଡିଜିଟାଲ ସ୍କୋର କରିଥିଲେ କିରଣ ମନୋହର ମହାନ୍ତି। ମ୍ୟାଚ ଚତୁର୍ଥ ଅମ୍ପାୟର ଭାବେ ସୁଧୀ ରଞ୍ଜନ ପଣ୍ଡା ଦାୟିତ୍ୱ ତୁଲାଇଥିବା ବେଳେ ଧାରାବିବରଣୀ ପ୍ରଦାନ କରିଥିଲେ ବୁବୁ ସିହ୍ନା, ସରୋଜ କୁମାର ମହାପାତ୍ର ଏବଂ ଜନ୍ମେଜୟ ଦଳେଇ।
ଉଦଯାପନୀ ଖେଳରେ ମୁଖ୍ୟ ଅତିଥି ଭାବେ ମଧ୍ୟପ୍ରଦେଶର ରାଜ୍ୟ ସଭା ସାଂସଦ ବାଲ ଯୋଗୀ ଉମେଶ ନାଥ ମହାରାଜ, ଅନ୍ୟତମ ସମ୍ମାନୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ସତ୍ୟନାରାୟଣ ପ୍ରଧାନ ଓ ରାଜ୍ୟ ବିଶିଷ୍ଠ କୋଚ କିଶୋର ମାଣିଆ ଯୋଗଦେଇ ଚାମ୍ପିଅନ ଦଳକୁ ଟ୍ରଫି ସହ ଏକଲକ୍ଷ ପଚାଶ ହଜାର ନଗଦ ଟଙ୍କା ପ୍ରଦାନ କରିଥିଲେ। ରନରସ ଅପ ତମାଣ୍ଡ କ୍ରିକେଟ କ୍ଲବକୁ ଟ୍ରଫି ସହ ନଗଦ ଏକଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଆୟୋଜକ ଅନୁଷ୍ଠାନ ପକ୍ଷରୁ ବୁଝ ନ ବୁଝ ପଢ଼ ଗୀତା ଅଭିଯାନର ଶୁଭାରମ୍ଭ ହୋଇଥିଲା। ଏହି କାର୍ୟ୍ୟକ୍ରମକୁ ଫତେଗଡ ଯୁବକସଂଘ ସଭାପତି ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ସମେତ ସଭ୍ୟ ମାନେ ସହଯୋଗ କରିଥିଲେ। ସମସ୍ତ ଦର୍ଶକଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।
