ଖୋର୍ଦ୍ଧା ଜିଲ୍ଲା କ୍ରୀକେଟ ଆସୋସିଏସନ୍ ଚମ୍ପିୟାନ
ନିମାପଡା,୧୧/୦୧/୨୦୨୬ (ଓଡ଼ିଶା ସମାଚାର)-ଆଥ୍ଲେଟିକ୍ ଆସୋସିଏସନ୍ ଦ୍ବାରା ନିମାପଡ଼ା ବାରବାଟୀ ପଡ଼ିଆରେ ଅନୁଷ୍ଠିତ ୩୦ତମ ତାପସ ମେମୋରିଆଲ୍ ନିମାପଡ଼ା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଅନୁଷ୍ଠିତ ହୋଇଯାଛି। ଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ଟିମ୍ ଖୋର୍ଦ୍ଧା ଜିଲ୍ଲା କ୍ରୀକେଟ ଆସୋସିଏସନ୍ ସହିତ ପ୍ରଗତି ସ୍ପୋର୍ଟଙ୍ଗୀ, ଭୁବନେଶ୍ୱର ମଧ୍ୟରେ ଉଦଜାପନି ମ୍ୟାଚ ଅନୁଷ୍ଠିତ ହୋଇଛି। ପ୍ରଗତି ସ୍ପୋର୍ଟଙ୍ଗୀ, ଭୁବନେଶ୍ୱର ପ୍ରଥମେ ଟଚ୍ ଜିତି ୩୦ ଓଭରରେ ରଘୁନାଥ ମଲ୍ଲ ୫୬,କୁବେର ସାହୁ ୨୮ ରନ୍ କରି ୯ ଓ୍ବିକେଟ ହରାଇ ୧୪୦ ରନ୍ କରିଥିବାବେଳେ ଦ୍ବିତୀୟ ଇନିଂସିରେ ଖୋର୍ଦ୍ଧା ଜିଲ୍ଲା କ୍ରୀକେଟ ଆସୋସିଏସନ୍ ରନ୍ ପିଛା କରି ୨୫.୫ ଓଭରରେ ଦିବ୍ୟାଶୁ ପଣ୍ଡା ୬୮,ଆରିଆ ଶ୍ରୀଡି ଭୋଟ ୪୦ ରନ କରି ସମସ୍ତ ୱିକେଟ୍ ହରାଇ ୧୪୪ ରନ୍ କରି ଶେଷରେ ୪ ଓ୍ବିକେଟର ପ୍ରଥମ ଥର ଫାଇନାଲରେ ବିଜୟୀ ହୋଇଥିଲେ ।
ଫଳରେ ଖୋର୍ଦ୍ଧା ଜିଲ୍ଲା କ୍ରୀକେଟ ଆସୋସିଏସନ୍ ପ୍ରଥମ ଥର ପାଇଁ ଫାଇନାଲ ବିଜୟ ଯୋଗ୍ୟତା ଅର୍ଜନ କରିଥିଲା । ଖୋର୍ଦ୍ଧା ଦଳର ଦିବ୍ୟାସୁ ଦାଶ ଉଭୟ ବ୍ୟାଟିଂ ଓ ବୋଲିଂରେ ସୁନ୍ଦର ପ୍ରଦର୍ଶନ କରି ଆଜିର ମ୍ୟାନ ଅଫ ଦି ମ୍ୟାଚ, ପ୍ରଗତି ସ୍ପୋର୍ଟଙ୍ଗୀର ମ୍ୟାନ ଅଫଦିସିରିଜୀ ରଘୁନାଥ ମଲ୍ଲ, ଶ୍ରେଷ୍ଠ ଖେଳାଳି ରଘୁନାଥ ମଲ୍ଲ, ଶ୍ରେଷ୍ଠ ବୋଲର ସୁଭମ ନାୟକ, ଶ୍ରେଷ୍ଠ ଓ୍ବିକେଟକିପର ବିଶ୍ବଜିତ ତ୍ରିପାଠୀ ହୋଇଥିଲେ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଦିଆଯାଇଥିଲା ।
ମ୍ୟାଚରେ ବିଜେତାକୁ ତାପସ ମେମୋରିଆଲ ଟ୍ରଫି ସହ ୫୦ ହଜାର ଟଙ୍କା ଏବଂ ରନର୍ସ ଅପ୍ ଦଳକୁ ହିମାଦ୍ରୀ ଶେଖର ମହାନ୍ତି ଟ୍ରଫି ଓ ବାସୁଦେବ ଜୁଏଲାରୀ ପ୍ରଦତ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।ଆଜିର ମ୍ୟାଚରେ ଆଥଲେଟିକ ଆସୋସିଏସନ ସଭାପତି ଅକ୍ଷୟ କୁମାର ବେହେରାଙ୍କ ସଭାପତିତ୍ବରେ ଅତିଥି ରୂପେ ପୁର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସମ୍ପାଦକ ଜିବନାନନ୍ଦ ମହାପାତ୍ର, ସମାଜସେବୀ ପ୍ରାଥଶାରଥି ଛୋଟରାୟ,ନିମାପଡ଼ା ସ୍ବଣ୍ଣକାର ସଂଘର ସଭାପତି ପୁର୍ଣ୍ଣଚନ୍ଦ୍ର ସାହୁ,ମୁଖ୍ୟ କାଯ୍ୟାକର୍ତ୍ତା ସଂଗ୍ରାମ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଖେଳକୁ ନିର୍ମଳ ମିଶ୍ର ଓ ଅଭିନନ୍ଦନ ପାତ୍ର ପରିଚାଳନା କରିଥିଲାବେଳେ ସ୍କୋରିଙ୍ଗି କରିଥିଲେ ଆନିଶ୍ ପ୍ରଧାନ ଓ ଆନନ୍ଦ ପ୍ରସାଦ ମଲ୍ଲିକ ଏବଂ ପିୟୁସୁ ପଲେଇ।। ଚଳଚ୍ଚିତ୍ରର ସୁନାମଧନ୍ୟ ଅଭିନେତ୍ରୀ ଅନୁରାଧା ପ୍ରାଣିଗ୍ରାହି ଉପସ୍ଥିତ ରହିଥିଲେ।
