ଚତୁର୍ଥ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍

                         କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ ଚାନ୍ଦ କ୍ଲବକୁ ୩-୨ଟ୍ରାଇବ୍ରେକର ରେ  ହରାଇଲା

କେନ୍ଦ୍ରାପଡ଼ା, ୩୧/୦୧/୨୦୨୪ (ଓଡ଼ିଶା ସମାଚାର)- ଫକିରାବାଦ ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଚତୁର୍ଥ ବାର୍ଷିକ ସର୍ବ ଭାରତୀୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି-୨୦୨୪ ଫୁଟବଲ ଟୁର୍ଣ୍ଣାମେଂଟ ର ଦ୍ୱିତୀୟ ସେମି ଫାଇନାଲ ମ୍ୟଚ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବର ସଭାପତି ସଲିମ ଖାନ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚକୁ ଭଦ୍ରକ ପୌରପରିଷଦର ଅଧ୍ୟକ୍ଷ ଗୁଲମକି ହବୀବ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ, ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ, ସମାଜସେବୀ ସଂଗ୍ରାମ ଜେନା, ଯୁବନେତା ଜାହିଦ ହବିବ, ଭଦ୍ରକ ପୌର ପରିଷଦର କାଉନସିଲର ଫରିୟାଜ ଖାଁ, ଉସମାନୁଲ ହକ୍ ଓ କେଡିୟୁଜେ ସଭାପତି ପରେଶ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଫୁଟବଲ ଟୁର୍ଣ୍ଣାମେଂଟର ଦ୍ୱିତୀୟ  ସେମି ଫାଇନାଲ ମ୍ୟାଚ କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ ଓ କେନ୍ଦ୍ରାପଡାର ଚାନ୍ଦ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଲେବର ସ୍ପୋଟିଂ କ୍ଲବ ଚାନ୍ଦ କ୍ଲବକୁ ୩-୨ ଟ୍ରାଇବ୍ରେକର ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।  ଲେବର ସ୍ପୋଟିଂ କ୍ଲବର ଖେଳାଳୀ ବେନ୍ ମ୍ୟାନ  ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଆସନ୍ତା ଫେବୃୟାରୀମାସ ୨ତାରିଖରେ କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ  କଟକର ଇଣ୍ଡିପେଣ୍ଡେନ୍ସ କ୍ଲବକୁ ଫାଇନାଲ ମ୍ୟାଚରେ ଭେଟିବ । ଆଜିର ମ୍ୟାଚକୁ ମୁଖ୍ୟ ରେଫରୀ ସୁଜିତ ଦାସଙ୍କ ସମେତ ଲକ୍ଷ୍ମଣ ସୋରେନ୍, ସନ୍ଦୀପ ଦାସ, ଯୋଗି ପଲେଇ ଓ ସେକ ମୋକିମ ପ୍ରମୁଖ ରେଫରୀମାନେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲବର  କାର୍ଯ୍ୟକାରୀ ସଭାପତି ମହମ୍ମଦ ନିଆଜ(ମତୁ), ଉପସଭାପତି  ସେକ ସଫାତୁଲ୍ଲା, ସମିଉଲ୍ଲା ଖାନ(ଜୁମା), ଅକିଲ ଅହେମ୍ମଦ, ସେକ ଫରିଦୁଦ୍ଧିନ, ସେକ ବୁରାନ ଅଲ୍ଲୀ, ଉପଦେଷ୍ଟା ସୟଦ ଅବଦୁଲ ସତାର, ସୟଦ ଅକମଲ ଅଲ୍ଲୀ ,ସାଧାରଣ ସମ୍ପାଦକ ସେକ ସାହାବୁଲ୍ଲା, ସମ୍ପାଦକ ମୀର ଜରାର୍, ଆୟାଜ୍ ମହମ୍ମଦ, ମୀର ୟାସିର, ମୀର ସଲିମ, କଲିମ ଖାନ, କୋଷାଧ୍ୟକ୍ଷ  ସେକ ମୁସ୍ତାକ ଓ ମହମ୍ମଦ ଆଝାରୁଦ୍ଧିନ ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୀର ଆବୁ ଓବେଦା, ମୀର ବକାଉଲ୍ଲା, ମୀର ଫାରୁକ, ମହମ୍ମଦ ଲିଆକତ ଅଲ୍ଲୀ, ସେକ ହାଇଦର ଅଲ୍ଲୀ,  ସୟଦ ଏହେସାନ ଅଲ୍ଲୀ, ମୀର ଆବୁସମା, ଜାହିଦ ଖାନଙ୍କ ସମେତ କ୍ଲବର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଫୁଟବଲ ମ୍ୟାଚ  ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *