ଖଲ୍ଲିକୋଟ,୧୧/୦୧/୨୦୨୬ (ଓଡ଼ିଶା ସମାଚାର/ ମାଧବ ବେହେରା)- ଖଲ୍ଲିକୋଟ ରାଜା ସାହେବ ରାମଚନ୍ଦ୍ର ମର୍ଦରାଜ ଙ୍କ ୧୨୬ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଖଲ୍ଲିକୋଟ ଆର ସି ସି ଏମ କଲେଜ ଷ୍ଟାଡିଅମ ରେ ଏକ ଦିବାସୀୟ ମହିଳା କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । କେ ସି ଟ୍ରଷ୍ଟ ଓ ମର୍ଦରାଜ ସାଂସ୍କୃତିକ ପରିଷଦ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ମହିଳା କ୍ରିକେଟ ଟୁର୍ନାମେଣ୍ଟ କୁ ଖଲ୍ଲିକୋଟ ବିଧାୟକ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଖଲ୍ଲିକୋଟ ସାଂସ୍କୃତିକ ପରିଷଦ ର ସଭାପତି ଡାକ୍ତର ସଂକେତ ରାଓ ଓ ସମ୍ପାଦକ ସୁଧାଂଶୁ ଶେଖର ସାହୁ ଓ ଆର ସି ଏମ କଲେଜ ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ର ନାଥ ସ୍ୱାଇଁ ଉପ ସଭାପତି ଡ଼ଃ ପ୍ରକାଶ କୁମାର ମିଶ୍ର ପୂର୍ବତନ ରଣଜି ଟ୍ରଫି ବିଜେତା ସୁଶାନ୍ତ କୁମାର ରଥ ବି ସି ସି ଆଇ ଓଡିଶା ରଣଜି ଖେଳାଳି ମଧୁସ୍ମିତା ମହାପାତ୍ର,ନିବେଦିତା ପାଢ଼ୀ ଅର୍ଗାନାଇଜ ପ୍ରେସିଡେଣ୍ଟ ଦି ଶିବାନନ୍ଦ ବର୍ମା ଓ ସମ୍ପାଦକ ହେମନ୍ତ କୁମାର ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳା କ୍ରିକେଟ ଖେଳାଳି ମାନଙ୍କୁ ଉତ୍ସ।ହ ଓ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ରଖି ଖେଳିବା ପାଇଁ ପରାମର୍ଶ ଦେଇଥିଲେ ।
ଉକ୍ତ ଏକ ଦିବାସୀୟ କ୍ରିକେଟ ଖେଳ ପ୍ରତିଯୋଗିତା ରେ ୨୨ ଜଣ କ୍ରୀଡ଼ାବିତ ଯୋଗ ଦେଇ ଦୀର୍ଘ ଚାରିଘଣ୍ଟା ଧରି ଖେଳି ଥିଲେ । ଏହି ଖେଳ ଦେଖିବା ପାଇଁ ଯୁବକ ମାନଙ୍କ ମଧ୍ୟରେ ମଧ୍ୟ ରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିଲା ।
