ଯଶପଡା କେଳି କଦମ୍ବ ସରକାରୀ ଉଚ୍ଚ ବିଦ୍ୟାଳୟ ର ନୂତନ ଶ୍ରେଣୀଗୃହ ଵିଲଡ଼ିଙ୍ଗ୍ ଉଦଘାଟିତ

କଟକ ସଦର,୦୯/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଯଶପଡା କେଳି କଦମ୍ବ ସରକାରୀ ଉଚ୍ଚ ବିଦ୍ୟାଳୟ ର ନୂତନ ଶ୍ରେଣୀଗୃହ ଵିଲଡ଼ିଙ୍ଗ୍ କୁ ଆଜି ଶୁକ୍ରବାର ଦିନ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଛନ୍ତି।

ଏହି ଉପଲକ୍ଷେ ସ୍କୁଲ ପରିଚାଳନା କମିଟି ସଭାପତି କ୍ଷିରୋଦ ବାରିକ୍ ଙ୍କ ସଭାପତିତ୍ବରେ ଏଵଂ ପ୍ରଧାନ ଶିକ୍ଷକ ବିପ୍ଳବ ରଞ୍ଜନ ମିଶ୍ର ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ବିଧାୟକ ଇଂ ସେଠୀ ଙ୍କ ସମେତ କଟକ ସଦର ଵିଡିଓ ଇଂ ପ୍ରତୀକ ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସାଧୁ ଚରଣ ଜେନା, ସରପଂଚ ମିନତୀ ସେଠୀ,ଆଲମୁନି କମିଟି ସଭାପତି ପୂର୍ବତନ ସରପଂଚ ବିରଞ୍ଚିନାରାୟଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ବିଧାୟକ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *