କଟକ ସଦର, ୦୯/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିରିଡ଼ି ବ୍ଲକ ଅନ୍ତର୍ଗତ ସ୍ଥାନୀୟ ତଳପାଟକ ଠାରେ ଥିବା ଅଗ୍ରଣୀ ଆଜାଦ୍ ହିନ୍ଦ୍ କ୍ଳବ୍ ପକ୍ଷରୁ ଶୀତରୁ ରକ୍ଷା ପାଇଁ ଅନେକ ଗରୀବ ପରିବାର ଙ୍କୁ କମ୍ବଳ ବଣ୍ଟନ କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ କ୍ଲବ ର ସମସୁଲ ସମ୍ମା, ଅବଦୁଲ ରଫିକ୍ ଖାନ୍,ଇସ୍ତେୟାକ ଅଲ୍ଲୀ ଖାଁ,ଆଝାର ଉଦ୍ଦିନ୍,ଜାଵିର ଖାନ୍, ଅହମ୍ମଦ ଫଜଲ ଖାଁ ପ୍ରମୁଖ ବହୁ ସଦସ୍ୟ ଓ କର୍ମକର୍ତ୍ତା ସାମିଲ ହୋଇଥିଲେ। କ୍ଲଵର ଏତାଦୃଶ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।
